Get Updates
Get notified of breaking news, exclusive insights, and must-see stories!

EPFO: ସେବାରେ ପରିବର୍ତ୍ତନ କରିଛି ଇପିଏଫଓ, କେମିତି କରିବେ PF ଟ୍ରାନ୍ସଫର ଏବଂ ବାଲାନ୍ସ ଚେକ୍ ? ଜାଣନ୍ତୁ

EPFO: ଇଫିଏଫଓ ସେବାରେ ନିରନ୍ତର ଭାବେ ଅନେକ ପରିବର୍ତ୍ତନ କରୁଛି। ଏବେ ବାଲାନ୍ସ ଯାଞ୍ଚ, ପିଏଫ୍ ଟ୍ରାନ୍ସଫର ଏବଂ ପେନସନ ସମ୍ବନ୍ଧୀୟ ଯେକୌଣସି କାମ କିଛି ସହଜରେ ଆପଣ କରିପାରିବେ । କେବଳ ଗୋଟିଏ ମେସେଜ୍ ମାଧ୍ୟମରେ ଆପଣଙ୍କର ଆକାଉଣ୍ଟ ବାଲାନ୍ସ ମଧ୍ୟ ଯାଞ୍ଚ କରିପାରିବେ।

ଅନେକ ସଂସ୍କାର ଘୋଷଣା କରାଯାଇଛି

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଦେଶର ୭ କୋଟିରୁ ଅଧିକ ସଂଗଠିତ କ୍ଷେତ୍ର କର୍ମଚାରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ସଜନସାଧାରଣଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି, ଅନେକ ବଡ଼ ପରିବର୍ତ୍ତନ ଘୋଷଣା କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ଡିଜିଟାଲ୍ ସେବାଗୁଡ଼ିକୁ ସରଳ କରିବା ସହିତ ସ୍ୱଚ୍ଛତା ବୃଦ୍ଧି କରିବା ।

ବାଲାନ୍ସ ଯାଞ୍ଚ କରିବାର ସହଜ ଉପାୟ

ଯେଉଁମାନଙ୍କର UAN ସକ୍ରିୟ ରହିଛି ଏବଂ ଆଧାର, PAN ଏବଂ ବ୍ୟାଙ୍କ ବିବରଣୀ ସହିତ ଲିଙ୍କ୍ ଅଛି, ସେମାନେ ସହଜରେ ନିଜ ଇପିଏଫ୍ ବାଲାନ୍ସ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଆପଣଙ୍କ ମୋବାଇଲରୁ 7738299899 କୁ ଏକ ମେସେଜ୍ ପଠାଇବାକୁ ପଡିବ। ଏହି ସେବା ଇଂରାଜୀ, ହିନ୍ଦୀ ସମେତ ମୋଟ ୧୦ ଟି ଭାଷାରେ ଯୋଗାଇ ଦିଆଯାଉଛି। ଏଥିରେ ଆପଣଙ୍କୁ ଆପଣଙ୍କ ପସନ୍ଦର ଭାଷା ପାଇଁ ଏକ କୋଡ୍ ଦେବାକୁ ପଡିବ । ହିନ୍ଦୀ ପାଇଁ HIN ଲେଖିପାରିବେ।

EPFO has changed its services

ମିସଡ୍ କଲ୍ ସେବା

ମିସ୍ଡ କଲ୍ ସେବା ପାଇଁ, UAN ସକ୍ରିୟ ରହିବା ଆବଶ୍ୟକ ଏବଂ KYC ଅପଡେଟ୍ ହୋଇଥିବା ଆବଶ୍ୟକ। ତା'ପରେ ଆପଣ ଆପଣଙ୍କର ପଞ୍ଜିକୃତ ନମ୍ବରରୁ ୦୧୧-୨୨୯୦୧୪୦୬ କୁ ଏକ ମିସ୍ଡ କଲ୍ ଦେଇପାରିବେ। ଦୁଇଟି ରିଙ୍ଗ ପରେ କଲ୍ ସ୍ୱୟଂଚାଳିତ ଭାବରେ କଟିଯିବ । ଆପଣ ଏକ SMS ମାଧ୍ୟମରେ ନିଜ PF ବାଲାନ୍ସ ବିଷୟରେ ଜାଣିପାରିବେ ।

ପ୍ରୋଫାଇଲ୍ ଅପଡେଟ୍ କରବା

ପ୍ରୋଫାଇଲ୍ ଅପଡେଟ୍ କରିବାର ପ୍ରକ୍ରିୟାକୁ ମଧ୍ୟ ଇପିଏଫଓ ସହଜ କରିଦେଇଛି । ଯେଉଁ ସଦସ୍ୟମାନଙ୍କର ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (UAN) ଆଧାର ସହିତ ଲିଙ୍କ୍ ହୋଇଛି, ସେମାନେ ନିଜ ନାମ, ଜନ୍ମ ତାରିଖ ଏବଂ ଜାତୀୟତା ଭଳି ବ୍ୟକ୍ତିଗତ ବିବରଣୀ ଅନଲାଇନ ମାଧ୍ୟମରେ ଅପଡେଟ୍ କରିପାରିବେ। ପୂର୍ବରୁ ଏସବୁ ଅପଡେଟ୍ ପାଇଁ ନିଯୁକ୍ତିଦାତାଙ୍କ ଅନୁମୋଦନ ଆବଶ୍ୟକ ହେଉଥିଲା।

ଆକାଉଣ୍ଟ ସ୍ଥାନାନ୍ତର ପ୍ରକ୍ରିୟା

ଆପଣ ଏବେ ସହଜରେ ଆପଣଙ୍କ ଆକାଉଣ୍ଟ ସ୍ଥାନାନ୍ତର କରିପାରିବେ । ଏଥିପାଇଁ EPFO ୱେବସାଇଟ୍ ଭିଜିଟ୍ କରିବାକୁ ପଡିବ । ଜାନୁଆରୀ ୧୫, ୨୦୨୫ ଠାରୁ, ଅଧିକାଂଶ କ୍ଷେତ୍ରରେ ନିଯୁକ୍ତିଦାତାଙ୍କ ଅନୁମୋଦନ ଆବଶ୍ୟକ ହେଉ ନାହିଁ । ଯାହା ପିଏଫ ଟଙ୍କାକୁ ନୂତନ ଆକାଉଣ୍ଟକୁ ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ। ଉପଭୋକ୍ତାମାନେ ଦୀର୍ଘ ସମୟ ଧରି ଏହି ପରିବର୍ତ୍ତନ ପାଇଁ ଦାବି କରୁଥିଲେ।

ପେନସନ ଦେୟ ବ୍ୟବସ୍ଥା

କେନ୍ଦ୍ରୀୟ ପେନସନ ଦେୟ ପ୍ରଣାଳୀ (ସିପିପିଏସ୍) ପ୍ରଚଳନ ଆଉ ଏକ ପ୍ରମୁଖ ପରିବର୍ତ୍ତନ। CPPS ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ପେନସନ ପେମେଣ୍ଟକୁ ସହଜ କରିଥାଏ। ପୂର୍ବରୁ, ପେନସନ ଦେୟ ପାଇଁ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ମଧ୍ୟରେ ପେନସନ ପେମେଣ୍ଟ ଅର୍ଡର (PPO) ସ୍ଥାନାନ୍ତର କରିବା ଆବଶ୍ୟକ ଥିଲା । ଏହି ପ୍ରକ୍ରିୟା ପାଇଁ ପ୍ରାୟତଃ ବିଳମ୍ବର କାରଣ ହେଉଥିଲା। ନୂତନ ବ୍ୟବସ୍ଥା ସହିତ ଏହି ବିଳମ୍ବ ପ୍ରକ୍ରିୟା ମଧ୍ୟ ଦୂର ହୋଇଛି । ଯାହା ଦ୍ଵାରା ସମୟସୀମାରେ ଦେୟ କରାଯାଇପାରିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+