ନିଯୁକ୍ତିଦାତାଙ୍କ ମଞ୍ଜୁରୀ ବିନା କରିହେବ EPF ସ୍ଥାନାନ୍ତର
ନୂଆଦିଲ୍ଲୀ: ନିଯୁକ୍ତିଦାତାଙ୍କ ବିନା ଯାଞ୍ଚ ଏବଂ ଅନୁମୋଦନରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ର ୭.୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ସେମାନଙ୍କ ନାମ, ଜନ୍ମତାରିଖ ଆଦି ଅନ୍ଲାଇନରେ ବଦଳାଇପାରିବେ। ଏହା ବ୍ୟତୀତ ଇ-କଓ୍ବୋଇସି ଇପିଏଫ୍ ଆକାଉଣ୍ଟ ଥିବା ସଦସ୍ୟମାନେ ଅନ୍ଲାଇନରେ ସେମାନଙ୍କ ଇପିଏଫ୍ ଟ୍ରାନ୍ସଫର କ୍ଲେମ୍ ଫାଇଲ୍ କରିପାରବେ।
ଏଥିପାଇଁ ନିଯୁକ୍ତିଦାତାଙ୍କ ହସ୍ତକ୍ଷେପ ଆବଶ୍ୟକ ପଡ଼ିବ ନାହିଁ। ଆଧାର ଓଟିପି ବଳରେ ଏହା କରାଯାଇପାରିବ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ଦୁଇଟି ନୂଆ ସେବାର ଶୁଭାରମ୍ଭ କରିଛନ୍ତି। ସଦସ୍ୟଙ୍କ ପ୍ରୋଫାଇଲ ବା କଓ୍ବୋଇସି ପ୍ରସଙ୍ଗକୁ ନେଇ ୨୭ ପ୍ରତିଶତ ଅଭିଯୋଗ ରହିଥିବାବେଳେ ଉକ୍ତ ସେବା ବଳରେ ତାହା ଯଥେଷ୍ଟ ହ୍ରାସ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

ନିଯୁକ୍ତିଦାତାମାନଙ୍କର ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ସେମାନେ ମଧ୍ୟ ଏଭଳି ଅନୁରୋଧରୁ ମୁକ୍ତ ହୋଇପାରିବେ। ଇପିଏଫ୍ଓ ପୋର୍ଟାଲରେ ମିଳିତ ଘୋଷଣାନାମା ପ୍ରକ୍ରିୟାକୁ ସରଳ କରାଯାଇଛି। ଏହାଦ୍ୱାରା କର୍ମଚାରୀ ନିଜେ ନିଜର ବ୍ୟକ୍ତିଗତ ତଥ୍ୟରେ ରହିଥିବା ତ୍ରୁଟି ସଂଶୋଧନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications