Get Updates
Get notified of breaking news, exclusive insights, and must-see stories!

ଆରାବଳୀ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ବିଶେଷଜ୍ଞ କମିଟି;ପରିବେଶ ମନ୍ତ୍ରଣାଳୟ

ଆରାବଳୀ ପର୍ବତମାଳାର ସାର୍ବଜନିକ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଦେଇଥିବା ପ୍ରସ୍ତାବ ଉପରେ କୌଣସି ଆପତ୍ତି ନାହିଁ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ ଜଣାଇଛି। ଉକ୍ତ କମିଟି ପାଇଁ ପ୍ରସ୍ତାବିତ ନାମକୁ ପରିବେଶ ମନ୍ତ୍ରଣାଳୟ ସମର୍ଥନ କରୁଥିବା ସର୍ବୋଚ୍ଚ ଅଦାଲତଙ୍କୁ ସତ୍ୟପାଠ ଜରିଆରେ ଜଣାଇଛି। କମିଟିରେ ଭାରତର ବନ ସେବା, ଭୂତାତ୍ତ୍ୱିକ ସର୍ବେକ୍ଷଣ ଏବଂ ସର୍ଭେ ଅଫ୍‌ ଇଣ୍ଡିଆର କାର୍ଯ୍ୟରତ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏବଂ ଶିକ୍ଷାବିତ୍‌ଙ୍କୁ ନିଆଯିବ।

aravali

କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ପ୍ରସ୍ତାବିତ ଉକ୍ତ ନାମ ବ୍ୟତୀତ ଅନ୍ୟ କାହା ନାମକୁ ସାମିଲ କରାଯାଇ ନ ଥିବା ମନ୍ତ୍ରଣାଳୟ କହିଛି। ଭାରତୀୟ ବନ ଗବେଷଣା ଓ ଶିକ୍ଷା ପରିଷଦର ବର୍ତ୍ତମାନର ମହାସଚିବ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ। ଆରାବଳୀ ପାର୍ବତମାଳାର ବିସ୍ତୃତ ତଥା ବିଶ୍ଳେଷଣାତ୍ମକ ଅନୁଧ୍ୟାନ, ଷ୍ଟେକ୍‌ହୋଲ୍ଡରଙ୍କ ପରାମର୍ଶ ସମେତ ସମସ୍ତ ଦିଗକୁ ବିଶେଷଜ୍ଞମାନେ ବିଚାରକୁ ନେବେ ବୋଲି ସତ୍ୟପାଠରେ କୁହାଯାଇଛି। ୧୯୯୧ ବ୍ୟାଚ୍‌ର ଭାରତୀୟ ବନ ସେବା ମଧ୍ୟପ୍ରଦେଶ କ୍ୟାଡରର ଅଫିସର କାଞ୍ଚନ ଦେବୀଙ୍କର ଜଙ୍ଗଲ ଶିକ୍ଷା ଓ ଗବେଷଣା, ବନ୍ୟପ୍ରାଣୀ ଓ ଜଙ୍ଗଲ ନୀତି ଉପରେ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି।

ଏଫ୍‌ଏସ୍‌ଆଇର ପୂର୍ବତନ ମହାନିର୍ଦ୍ଦେଶକ ସୁଭାଷ ଆଶୁତୋଷ, ଜିଏସ୍‌ଆଇର ପୂର୍ବତନ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ଶର୍ମା, ଜଳବାୟୁ ଓ ଶକ୍ତି ନୀତି ବିଶେଷଜ୍ଞ ତେଜଲ କାନିତ୍କାର, ବରିଷ୍ଠ ଶିକ୍ଷାବିତ୍‌ ଜୟପ୍ରକାଶ ଯାଦବ, ବରିଷ୍ଠ ଭୂଗୋଳବିତ୍‌ ତେଜବୀର ସିଂ ରାଣା, ପୂର୍ବତନ ଅତିରିକ୍ତ ସର୍ଭେୟର ଜେନେରାଲ ଏସ୍‌.ଭି. ସିଂ, ଗୁଜରାଟର ପୂର୍ବତନ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସି.ଏନ୍‌. ପାଣ୍ଡେ ଏବଂ ନାଗାଲାଣ୍ଡର ପୂର୍ବତନ ପିସିସିଏଫ୍‌ ଧର୍ମେନ୍ଦ୍ର ପ୍ରକାଶ କମିଟିର ସଦସ୍ୟ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+