Get Updates
Get notified of breaking news, exclusive insights, and must-see stories!

ମଣିପୁରକୁ ନେଇ ବଡ଼ ବୟାନ ଦେଲେ ଶାହା, କହିଲେ ମାର୍ଚ୍ଚ ୮ରୁ ......

ନୂଆଦିଲ୍ଲୀ: ଗୃହ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଥିଲେ। ଶାହ ଏହି ବୈଠକରେ ମଣିପୁରର ବର୍ତ୍ତମାନ ଆଇନକାନୁନ ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଆସନ୍ତା ମାର୍ଚ୍ଚ ୮ ତାରିଖ ସୁଦ୍ଧା ସମଗ୍ର ମଣିପୁରରେ ବିନା କଟକଣାରେ ଲୋକମାନଙ୍କ ଚଳପ୍ରଚଳ ପାଇଁ ଅନୁମତି ପ୍ରଦାନ କରିବାକୁ ଆଦେଶ ପ୍ରଦାନ କରିଛନ୍ତି। ଏହା ସହ ଯଦି କେହି ମଣିପୁରର ଶାନ୍ତିରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସେ ଆଦେଶ ଦେଇଛନ୍ତି ।

amit shah

ଅମିତ ଶାହ କହିଛନ୍ତି ଯେ "ଆସନ୍ତା ମାର୍ଚ୍ଚ ୮ ତାରିଖରୁ ମଣିପୁରରେ ସମସ୍ତ ଲୋକମାନଙ୍କୁ ବିନା କଟକଣାରେ ଚଳପ୍ରଚଳ କରିବାକୁ ନିଶ୍ଚିନ୍ତ କରିବାକୁ ପଡିବ। ଏହାସହ ଯଦି କେହି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତେବେ, ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।" ସେ ଆହୁରି ମଧ୍ୟ କହିଛନ୍ତି ଯେ "କେନ୍ଦ୍ର ସରକାର ମଣିପୁରକୁ ଶାନ୍ତି ଫେରାଇ ଆଣିବାକୁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ଶାନ୍ତି ପ୍ରତିଷ୍ଠା ପାଇଁ ଯାହାବି ସହୟତା ଦରକାର କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବେ।"

ସୀମା ସୁରକ୍ଷାକୁ ନେଇ ଅମିତ ଶାହ ଚିନ୍ତାବ୍ୟକ୍ତ କରିଛନ୍ତି। ସୀମାର ଉଭୟପଟେ ତୁରନ୍ତ ଫେନସିଂ କାମ ସାରି ମଣିପୁର ଆନ୍ତର୍ଜାତିୟ ପ୍ରବେଶ ପଥ ପାଇଁ ଜାଗା ନିର୍ଧାରଣ କରିବାକୁ ସେ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି। ଏହାସହ ମଣିପୁର ଦେଇ ହେଉଥିବା ଅବୈଧ ଡ୍ରଗ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରି ମଣିପୁରକୁ ଏକ ଡ୍ରଗମୁକ୍ତ ରାଜ୍ୟ ଭାବେ ଗଢିତୋଳିବା ପାଇଁ ସେ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+