କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ରାଷ୍ଟ୍ରପତିଙ୍କ ବଡ଼ ବୟାନ, କହିଲେ ବାସ୍ ବହୁତ ହୋଇଗଲା....
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି। କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଏପରି କଡ଼ା ବିବୃତ୍ତି ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ବହୁତ ନିରାଶ ଏବଂ ଭୟଭୀତ ଅଟେ। ଝିଅମାନଙ୍କ ବିରୋଧରେ ଅପରାଧକୁ ଆଉ ବରଦାସ୍ତ କରଯିବନି। ବହୁତ ହୋଇଗଲା। ଦେଶରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଉଥିବାରୁ ସେ କ୍ଷୁବ୍ଧ ହୋଇଛନ୍ତି। ଏଥିସହ ବହୁତ ହୋଇଗଲାଣି ବୋଲି ମ୍ୟାଡାମ ପ୍ରେସିଡେଣ୍ଟ ପିଟିଆଇକୁ କହିଛନ୍ତି।
ସେ କହିଛନ୍ତି, "କୌଣସି ସଭ୍ୟ ସମାଜ କେବେ ହେଲେ ଝିଅ ଓ ଭଉଣୀମାନଙ୍କ ବିରୋଧୀରେ ଏପରି ହତ୍ୟାଚାରକୁ ଅନୁମତି ଦେଇ ପାରିବ ନାହିଁ। ବହୁତ ହୋଇଗଲା। ଏହା ଉପରେ ବିରାମ ଲାଗିବା ଦରକାର। ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇବା ଉଚିତ। ନର୍ଭୟା ଘଟଣାର ଏହି ୧୨ ବର୍ଷ ମଧ୍ୟରେ ଅସଂଖ୍ୟ ଦୁଷ୍କର୍ମ ଘଟଣାକୁ ସମାଜ ଭୁଲି ଯାଇଛି। ଏହା ସାମୂହିକ ସ୍ମୃତିଲୋପ ଭାବକୁ ଦର୍ଶାଉଛି।"

ରାଷ୍ଟ୍ରପତି ମୁର୍ମୁ ପରୋକ୍ଷରେ ନିକଟରେ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ମହିଳା ବିରୋଧୀ ଅପରାଧ ବିରୋଧରେ ମତ ରଖିଛନ୍ତି। ସେ କହିଛନ୍ତି, "କୋଲକାତାରେ ଶିକ୍ଷାର୍ଥୀ, ଡାକ୍ତର ଓ ସାଧାରଣ ନାଗରିକମାନେ ବିକ୍ଷୋଭ କରୁଛନ୍ତି। କିନ୍ତୁ ଅପରାଧୀମାନେ ଅଲଗା ସ୍ଥାନରେ ନିଜର ବର୍ବରତା ଜାରି ରଖିଛନ୍ତି।
ଏବେ ବ୍ୟାପ ଢଙ୍ଗରେ ଏହି ସବୁ ଘଟଣାକୁ ମୂଳରୁ ଶେଷ କରିବାକୁ ମିଳିତ ଭାବେ କାମ ଆରମ୍ଭ ହେବ। ପ୍ରାୟ ସବୁ କ୍ଷେତ୍ରରେ ଗୋଟିଏ ନିନ୍ଦନୀୟ ମାନସିକତା ମହିଳାମାନଙ୍କୁ କମ ମଣିଷ, କମ ଶକ୍ତିଶାଳୀ, କମ ଦକ୍ଷତାପୂର୍ଣ୍ଣ ଓ କମ ବୁଦ୍ଧିମତା ଭାବେ ଦେଖି ଚାଲିଛି। ରାଷ୍ଟ୍ରପତି କହିଛନ୍ତି, ଅନେକ ସମୟରେ ନିନ୍ଦନୀୟ ମାନସିକତା ଥିବା ଲୋକମାନେ ମହିଳାମାନଙ୍କୁ କମ୍ ଶକ୍ତିଶାଳୀ, କମ୍ ଦକ୍ଷ, କମ୍ ବୁଦ୍ଧିମତି ବୋଲି ଭାବନ୍ତି। କୌଣସି ସଭ୍ୟ ସମାଜ ଝିଅ ଏବଂ ଭଉଣୀମାନଙ୍କ ଉପରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ।
ଯେଉଁମାନଙ୍କର ଏପରି ଦୃଷ୍ଟିକୋଣ ରହିଛି, ସେମାନେ ମହିଳାମାନଙ୍କୁ ଏକ ବସ୍ତୁ ଭାବରେ ଦେଖନ୍ତି। ଭୟରୁ ମୁକ୍ତି ପାଇବା ବାଟରେ ଆସୁଥିବା ପ୍ରତିବନ୍ଧକକୁ ହଟାଇବା ଆମ ଝିଅମାନଙ୍କର କର୍ତ୍ତବ୍ୟ। ଆହୁରି ମଧ୍ୟ ରାଷ୍ଟ୍ରପତି କହିଛନ୍ତି, ସମାଜ ନିଜକୁ କିଛି କଠିନ ପ୍ରଶ୍ନ ପଚାରିବା ଆବଶ୍ୟକ। କୌଣସି ସଭ୍ୟ ସମାଜ ଝିଅ ଏବଂ ଭଉଣୀମାନଙ୍କ ଉପରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ।












Click it and Unblock the Notifications