ଦୀପାବଳି ଉପହାର: ବଢିଲା ସେନାରେ ମହିଳା କର୍ମଚାରୀଙ୍କ ମାତୃତ୍ୱକାଳୀନ ଛୁଟି ସମୟ

ନୂଆଦିଲ୍ଲୀ: ବର୍ତ୍ତମାନ, ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ଯବାନଙ୍କୁ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କର ପୋଷ୍ୟ ସନ୍ତାନ ପାଇଁ ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ଭଳି ସମାନ ସୁବିଧା ମିଳିବ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରସ୍ତାବର ଅନୁମୋଦନ ପରେ ବର୍ତ୍ତମାନ ମହିଳା ଯବାନ, ନ୍ୟାଭି ଏବଂ ମହିଳା ବାୟୁସେମା ଯୋଦ୍ଧା ମାନଙ୍କୁ ସମାନ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଛଟି ପ୍ରଦାନ କରାଯିବ ।

ତେବେ ଏହି ନୂଆ ନିୟମ ଲାଗୁ ହେବା ପରେ ସମସ୍ତ ସେନାରେ ସମସ୍ତ ମହିଳା କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବ । ବର୍ତ୍ତମାନ ସେନାରେ କାର୍ଯ୍ୟରତ ଅଫିସରମାନେ ଯେଉଁ ପରି ଛୁଟି ପାଉଛନ୍ତି ସେହିପରି ଯବାନ ମହିଳା ଅଧିକାରୀଙ୍କୁ ମଧ୍ୟ ଛୁଟି ମଳିବ । କର୍ମଚାରୀଙ୍କ ମଧ୍ୟ ସମାନତା ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି ।

 Female Soldiers

ଛୁଟି ନିୟମର ସମ୍ପ୍ରସାରଣ ସେନାରେ କାର୍ଯ୍ୟରତ ମହିଳାଙ୍କର ବିଭିନ୍ନ ପାରିବାରିକ ଏବଂ ସାମାଜିକ ସମସ୍ୟାର ସଧାନ ହେବ ଏବଂ କାର୍ଯ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ଆଣିବ । ଉଭୟ ବୃତ୍ତିଗତ ଏବଂ ପାରିବାରିକ ଜୀବନ ଉପରେ ଭଲ ପ୍ରବାଭ ପକାଇବ ।

ସୂଚନାଥାଉ ଯେ, ୨୦୧୯ରେ ଭାରତୀୟ ସେନାରେ ମହିଳାମାନଙ୍କୁ ମିଲିଟାରି ପୋଲିସ କର୍ପସରେ ସୈନିତ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହି ନିଷ୍ପତ୍ତି ଲିଙ୍ଗଗତ ସମାନତା ପାଇଁ ସଶସ୍ତ୍ର ବାହିନୀ ଆଭିମୁ୍ଖ୍ୟରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+