Get Updates
Get notified of breaking news, exclusive insights, and must-see stories!

କମ୍ପାନୀରୁ ୩୭୯ କୋଟି ଚୋରି, ଇଂଜିନିୟର ହେଲେ ଗିରଫ

କ୍ରିପ୍ଟୋ ଟ୍ରେଡିଂ ପ୍ଲାଟଫର୍ମ CoinDCX କ୍ରିପ୍ଟୋକରେନ୍ସି ଚୋରି ମାମଲା ସାମ୍ନାକୁ ଆସିଛି । କୋଟି କୋଟି ଟଙ୍କାର ଚୋରି ହୋଇଛି । କମ୍ପାନୀରୁ ୩୭୯ କୋଟି ଟଙ୍କା ଚୋରି ହେବା ପରେ ଜଣାପଡିଥିଲା । ପୋଲିସ ନିକଟରେ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୋଲିସ କମ୍ପାନୀର ଜଣେ ସଫ୍ଟୱେୟାର ଇଂଜିନିୟରକୁ ଗିରଫ କରିଛି ।

ପୋଲିସ କହିବା ମୁତାବକ, ହ୍ୟାକର୍ସ ଇଂଜିନିୟର ଜଣକ ଲଗଇନ କ୍ରେଡେନ୍ସିଆଲକୁ ବ୍ୟବହାର କରି ଚୋରି କରିଛି । କମ୍ପାନୀର ଆକାଉଣ୍ଟକୁ ହ୍ୟାକ୍ କରି ପାଖାପାଖି ୩୭୯ କୋଟି ଟଙ୍କା ଚୋରି କରିନେଇଥିବା ଜଣାପଡିଛି ।
ବେଙ୍ଗାଲୁରୁ ପୋଲିସ ଯେଉଁ ଇଂଜିନିୟରଙ୍କୁ ଗିରଫ କରିଛି, ତାଙ୍କ ନାମ ରାହୁଲ ଅଗ୍ରୱାଲ । ୩୦ ବର୍ଷୀୟ ଯୁବକ ବେଙ୍ଗାଲୁରୁର କାରମେଲରାମ ଅଞ୍ଚଳରେ ରହୁଥିଲେ । ଉତ୍ତରାଖଣ୍ଡ ହରିଦ୍ବାରର ମୂଳବାସିନ୍ଦା ରାହୁଲ ।

arrested

ପୋଲିସ କହିବା ଅନୁସାରେ, Neblio Technologies CoinDCX କମ୍ପାନୀ ଚଲାଉଥିଲା । ଚୋରି ଜାଣିବା ପରେ କଏନଡିସିଏକ୍ସ ଅଭିଯୋଗ ଦାୟର କରିଥିଲା । Neblio ଉପାଧ୍ୟକ୍ଷ ହରଦୀପ ସିଂ ପୋଲିସକୁ କହିଛନ୍ତି, ରାହୁଲ କମ୍ପାନୀର ସ୍ଥାୟୀ କର୍ମଚାରୀ ରହିଥିଲେ । ଅଫିସ କାମ ପାଇଁ ତାଙ୍କୁ ଏକ ଲାପଟପ ଦିଆଯାଇଥିଲା । ୧୯ ଜୁଲାଇ ରାତିରେ ୨.୩୭ରେ ଜଣେ ଅଜ୍ଞାତ ବ୍ୟକ୍ତି ସିଷ୍ଟମକୁ ହ୍ୟାକ୍ କରି ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡିଛି ।

ତେବେ ଏହି ମାମଲାରେ ରାହୁଲ ସାମିଲ ରହିଛନ୍ତି କି ନାହିଁ, ତାହା ଜଣାପଡିନାହିଁ । କିନ୍ତୁ ତାଙ୍କୁ ସନ୍ଦେହ ଆଧାରରେ ଅଟକ ରଖାଯାଇଛି । କମ୍ପାନୀର ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+