Delhi Excise Policy Case: ଆଉ ୭ ଦିନ ବଢିପାରେ କେଜ୍ରିୱାଲଙ୍କ ରିମାଣ୍ତ ଅବଧି
Delhi Excise Policy Case: ଆଜି ଶେଷ ହୋଇଛି ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ତ ଅବଧି । ଗୁରୁବାର କେଜ୍ରିୱାଲଙ୍କୁ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। କେଜ୍ରିୱାଲଙ୍କ ହେପାଜତରେ ଶୁଣାଣି ହୋଇଥିଲା। ଏହି ସମୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି 7 ଦିନ ରିମାଣ୍ତରେ ନେବା ପାଇଁ ଆବେଦନ କରିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୧ ମାର୍ଚ୍ଚରେ ଦିଲ୍ଲୀ ଲିକର୍ ପଲିସି କେଶ୍ ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି ମୁଖ୍ୟ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା। ତାଙ୍କୁ ଗୁରୁବାର ଅର୍ଥାତ୍ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ରିମାଣ୍ତରେ ନେଇ ପଚରଉଚରା କରିଥିଲା ।
ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆମ ଆଦମି ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପୂର୍ବରୁ ହିଁ ଜେଲରେ ଅଛନ୍ତି। ତେବେ ଏହା ଏକ ଷଡଯନ୍ତ୍ରର ଅଂଶ ଭାବରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ବୋଲି AAP କର୍ମକର୍ତ୍ତା ଦାବି କରିଛନ୍ତି । ଦଳ କ୍ରମାଗତ ଭାବରେ ବିକ୍ଷୋବ ପ୍ରଦର୍ଶନ କରୁଛି । ଆମ ଆଦମୀ ପାର୍ଟି ଦାବି କରିଛି ଯେ, ଯେ ଆସନ୍ତା ଲୋକସଭା ନିର୍ବାଚନରେ କେଜ୍ରିୱାଲଙ୍କୁ ପ୍ରଚାରରୁ ନିବୃତ୍ତ କରାଯିବା ପାଇଁ ତାଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications