Get Updates
Get notified of breaking news, exclusive insights, and must-see stories!

ଉଦ୍ଧମପୁରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ଜାମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲା ରାମନଗର ଅନ୍ତର୍ଗତ ମାର୍ତ୍ତା ଗ୍ରାମରେ ବୁଧବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗ୍ରାମ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପୁଲିସ ଏବଂ ଯବାନଙ୍କ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଚାଲିଥିଲା। ଅପରାହ୍ନରେ ମାର୍ତ୍ତା ଗ୍ରାମରେ କିଛି ଆତଙ୍କବାଦୀ ଲୁଚିଥିବା ଯବାନମାନେ ଜାଣିବାକୁ ପାଇଥିଲେ।

Encounter under way in J amp amp K s Udhampur 2-3 terrorists trapped

ଫଳରେ ସେମାନେ ଗାଁର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଘେରିଯାଇ ଆତଙ୍କୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ। ଏହା ପରେ ଆତଙ୍କୀମାନେ ଖସିଯିବାକୁ ବାଟ ନ ପାଇ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଫଳରେ ଯବାନମାନେ ସେମାନଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ। ଅପରାହ୍ନ ୫ଟା ସୁଦ୍ଧା ଗୁଳିବିନିମୟ ଜାରି ରହିଥିଲା। ପ୍ରାୟ ୩ ଜଣ ଆତଙ୍କୀଙ୍କୁ ଯବାନମାନେ ଘେରି ରହିଥିବା ସୂଚନା ମିଳିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+