କୁପୱାରାରେ ଏନକାଉଣ୍ଟର , ସେନା ଗୁଳିରେ 2 ଆତଙ୍କୀ ନିପାତ

ଆଜି ଜାମ୍ମୁ ଓ କାଶ୍ମୀରର କୁପୱାରାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିପାତ । ଏନେଇ ସୂଚନା ଦେଲା କାଶ୍ମୀର ଜୋନ ପୋଲିସ ।

ଶ୍ରୀନଗର: ଆଜି ଜାମ୍ମୁ ଓ କାଶ୍ମୀରର କୁପୱାରାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିପାତ । ଏନେଇ ସୂଚନା ଦେଲା କାଶ୍ମୀର ଜୋନ ପୋଲିସ । ଉତ୍ତର କାଶ୍ମୀର ଟେକ୍ରି ନାରସ୍ଥିତ ମାଚିଲ୍‌ ଅଞ୍ଚଳରେ ଭାରତୀୟ ସୀମା ନିକଟରେ ଏହି ଏନକାଉଣ୍ଟର ହୋଇଛି। ଆତଙ୍କୀ ଭାରତୀୟ ସୀମାରେ ପ୍ରବେଶ ସମୟରେ ହିଁ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ । ଫଳରେ ଦୁଇ ଆତଙ୍କୀଙ୍କ ପ୍ରାଣହାନୀ ହୋଇଛି ।

encounter
କାଶ୍ମୀର ଜୋନ ପୋଲିସ କହିଛି ଯେ, "ଆର୍ମୀ ଓ ପୋଲିସ ମିଳିତ ଭାବରେ ଅପରେସନ କରି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ବର୍ତ୍ତମାନ ପ୍ରାଣ ହରାଇଥିବା ଦୁଇ ଆତଙ୍କବାଦୀଙ୍କର କୌଣସି ପରିଚୟ ମିଳି ପାରିନାହିଁ ।

ସେମାନଙ୍କ ନିକଟରୁ ଦୁଇଟି ଏକେ 47 ରାଇଫଲ, ଦୁଇଟି ପିସ୍ତଲ, 4ଟି ହ୍ୟାଣ୍ଡ ଗ୍ରେନେଡ୍‌ ଜବତ ହୋଇଛି ।" ଦଶ ଦିନ ପୂର୍ବେ ଶ୍ରୀନଗରର ନୌଗାମ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ 2 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଗତ ଶନିବାର ପୁଲୱାମାର ରତ୍ନୀପୁରାରେ ଆତଙ୍କୀ ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ । ଆହତ ଶ୍ରମିକଙ୍କୁ ଜାମ୍ମୁ ଓ କାଶ୍ମୀରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କର ଚିକିତ୍ସା ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+