ଜମ୍ମୁକାଶ୍ମୀରରେ ଏନ୍କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲେ ସୁରକ୍ଷାବାହିନୀ। ବୁଧବାର ଦିନ ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ନିକଟରେ ଏକ ଅନୁପ୍ରବେଶ ପ୍ରୟାସକୁ ବିଫଳ କରି ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି, ବୋଲି ସୂଚନା ମିଳିଛି। ପୁଞ୍ଚର ଦେଘଓ୍ଵାର ସେକ୍ଟରରେ ସର୍ଚ୍ଚ ଅପରେସନ ଚାଲିଛି, ଯେଉଁଠାରେ LoC ନିକଟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଚିହ୍ନଟ ହୋଇଥିଲା।

ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସୈନ୍ୟମାନେ ସେମାନଙ୍କୁ ଅଟକାଇ ଗୁଳି କରି ନିହତ କରିଥିଲେ। ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି, ଅଞ୍ଚଳଟିକୁ ସୁରକ୍ଷିତ କରିବା ପାଇଁ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ଗତ ସୋମବାର ଦିନ ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ମହାଦେବ ପର୍ବତ ନିକଟରେ ଲିଡୱାସ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇଥିଲା। ସୋମବାର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସହ ଜଡିତ ଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାବାହିନୀ। ସୁଲେମାନ ଓରଫ ଆସିଫ ପହାଲଗାମ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା, ଯାହାକୁ ନିପାତ କରାଯାଇଥିଲା। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା। ଅନ୍ୟ ଦୁଇ ଜଣ ନିପାତ ହୋଇଥିବା ଆତଙ୍କବାଦୀ ହେଲେ ଜିବ୍ରାନ ଯିଏ ଗତ ବର୍ଷ ସୋନମାର୍ଗ ଟନେଲ ଆକ୍ରମଣରେ ଜଡ଼ିତ ଥିଲା ଏବଂ ହମଜା ଆଫଘାନୀ।












Click it and Unblock the Notifications