ସୋପିଆନରେ ଏନକାଉଣ୍ଟର, 4 ଆତଙ୍କୀ ନିପାତ
ଗତ 12 ଘଣ୍ଟା ମଧ୍ୟରେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ପୁଣି ଥରେ ଏନକାଉଣ୍ଟର ହୋଇଛି। ଏଥିରେ 4 ଆତଙ୍କୀଙ୍କୁ ନିପାତ ହୋଇଛନ୍ତି ।
ଶ୍ରୀନଗର: ଗତ 12 ଘଣ୍ଟା ମଧ୍ୟରେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ପୁଣି ଥରେ ଏନକାଉଣ୍ଟର ହୋଇଛି। ଏଥିରେ 4 ଆତଙ୍କୀଙ୍କୁ ନିପାତ ହୋଇଛନ୍ତି । ଜିଲ୍ଲାର ମୋଲୁ ଅଞ୍ଚଳରେ ଆତଙ୍କୀ ଗିତିବିଧି ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଫଳରେ 4 ଆତଙ୍କୀ ଗୁଳି ମାଡରେ ପ୍ରାଣ ହରାଇଥିବା ନେଇ କାଶ୍ମୀର ଜୋନ ପୋଲିସ ନିଜ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଏନକାଉଣ୍ଟର ହୋଇଥିବା ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି । ଗତ 12 ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ବିତୀୟ ଏନକାଉଣ୍ଟର । କିଛି ଦିନ ହେବ ନିୟମିତ ଭାବେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହେଉଛି । ଖରାପ ପାଗ କାରଣରୁ ଲୋ- ଭିଜିବିଲିଟି ଓ ତୁଷାରପାତର ସୁଯୋଗ ନେଇ ପାକିସ୍ତାନୀ ଆତଙ୍କୀମାନେ ସୀମା ଅତିକ୍ରମ କରି ଘାଟିରେ ପ୍ରବେଶ କରିବାର ଆଶଙ୍କା ରହିଛି । ତେଣୁ ସୀମାରେ ପାଟ୍ରୋଲିଂକୁ କଡାକଡି କରାଯିବା ସହିତ ଆତଙ୍କୀ ଗତିବିଧି ଉପରେ କଡା ନଜର ରଖିଛି ଭାରତୀୟ ସେନା।
ଏହି କିଛି ଦିନ ହେବ ପୁଣି କାଶ୍ମୀର ପଣ୍ଡିତ ଓ ଅଣସ୍ଥାନୀୟଙ୍କୁ ହତ୍ୟା ସରକାରଙ୍କ ଚିନ୍ତା ବଢାଇଛି । ସୀମାରେ କୌଣସି ଆତଙ୍କୀ ସୂଚନା ମିଳିବା ପରେ ତୁରନ୍ତ ଅପରେସନ ଆରମ୍ଭ କରାଯାଉଛି । ଏହି ଅପରେସନରେ ବର୍ତ୍ତମାନ ସୁଦ୍ଧା ଅନେକ ଆତଙ୍କୀ ନିପାତ ହୋଇସାରିଲାଣି । ନିହତ ଆତଙ୍କୀଙ୍କ ମଧ୍ୟରେ କିଛି ସୀମାପାର ତଥା ପାକିସ୍ତାନୀ ଆତଙ୍କୀ ମଧ୍ୟ ରହିଥିବା ପୋଲିସ ସ୍ପଷ୍ଟ କରିଛି । ଜାରି ରହିଥିବା ଆତଙ୍କୀ ନିରୋଧୀ ଅପରେସନକୁ ଆହୁରି ବ୍ୟାପକ କରିବା ପାଇଁ ସ୍ଥାନୀୟ ପୋଲିସ ଆଇଜିପି ବିଜୟ କୁମାର ସୂଚନା ପ୍ରଦାନ କରିଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications