ଦିଲ୍ଲୀରେ ଏନକାଉଣ୍ଟର: ଚାରି ଜଣ ଅପରାଧୀ ମୃତ

ଦିଲ୍ଲୀରେ ଏନକାଉଣ୍ଟର । ବାହାଦୂର ଶାହା ମାର୍ଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସର ମିଳିତ ଅପରେସନ । ଚାରି ଜଣ ଅପରାଧୀ ମୃତ । ମୃତକ ମାନେ ବିହାରର ଗ୍ୟାଙ୍ଗଷ୍ଟର । ଏମାନେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିସ୍ଫୋରଣ କରିବାକୁ ଉଦ୍ୟମ କରୁଥିଲେ । ପୋଲିସ ଉପରକୁ ଫାୟରିଂ ବେଳେ ଏମାନେ ସଫା ହୋଇଛନ୍ତି । ଦୀର୍ଘ ଦିନ ଧରି ପୋଲିସ ଟାର୍ଗେରେ ଏହି ୪ ଗ୍ୟାଙ୍ଗଷ୍ଟର ଥିଲେ ।

ବୁଧବାର ବିଳମ୍ବିତ ରାତିରେ ବାହାଦୁର ଶାହ ମାର୍ଗରେ ଏହି ଏନକାଉଣ୍ଟର ହୋଇଥିଲା । ନିହତ ଗ୍ୟାଙ୍ଗଷ୍ଟରମାନେ ହେଲେ ରଞ୍ଜନ ପାଠକ, ବିମଲେଶ ମାହାତୋ, ମନୀଷ ପାଠକ ଏବଂ ଅମନ ଠାକୁର । ଚାରି ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ।

Encounter in Delhi Four criminals killed

ସୂଚନା ମିଳିଛି ଯେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସ ବାହାଦୁର ଶାହ ମାର୍ଗରେ ଚାରି ଜଣ ଅପରାଧୀଙ୍କ ସହ ଏନକାଉଣ୍ଟର କରିଥିଲେ । ଏନକାଉଣ୍ଟରରେ ସମସ୍ତ ଚାରି ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଥିଲା । ଚାରି ଜଣ ଅଭିଯୁକ୍ତଙ୍କୁ ରୋହିଣୀର ଡକ୍ଟର ବିଏସଏ ହସ୍ପିଟାଲକୁ ନିଆଯାଇଥିଲା । ଏନକାଉଣ୍ଟରରେ ବିହାରର ରଞ୍ଜନ ପାଠକ (୨୫), ବିମଲେଶ ମହତୋ (୨୫), ମନୀଷ ପାଠକ (୩୩) ଏବଂ ଅମନ ଠାକୁର (୨୧) ନିହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+