ଛତିଶଗଡ଼ର ଥୁଲଥୁଲି ଜଙ୍ଗଲରେ ଏନକାଉଣ୍ଟର, ୬ ମାଓବାଦୀ ନିହତ
ଛତିଶଗଡ଼ର ଥୁଲଥୁଲି ଜଙ୍ଗଲରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ୬ ମାଓବାଦୀ ନିହତ ହୋଇଛନ୍ତି। ଥୁଲଥୁଲି ଜଙ୍ଗଲ ମାଓବାଦୀଙ୍କ ଆଡ୍ଡାସ୍ଥଳ ଭାବେ ପରିଚିତ। ଏଠାରେ ନିୟମିତ ବ୍ୟବଧାନରେ ପୁଲିସ ପକ୍ଷରୁ ମାଓବାଦୀ ଦମନ ଅଭିଯାନ କରାଯାଇଥାଏ।

କିଛି ମାଓବାଦୀ ଜଙ୍ଗଲରେ ଆତ୍ମଗୋପନ କରିଥିବା ସୂଚନା ମିଳିବା ପରେ ଦାନ୍ତେଓ୍ବାଡ଼ା ଏବଂ ନାରାୟଣପୁର ଜିଲାର ଡିଆରଜି ଓ ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ମାଓବାଦୀଙ୍କ ସହିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିବାରୁ ୬ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।












Click it and Unblock the Notifications