ବାରମୁଲ୍ଲାରେ ଏନକାଉଣ୍ଟର : 3 ଆତଙ୍କୀ ନିପାତ, ଜଣେ ପୋଲିସ ଶହୀଦ
ଜମ୍ମୁ କାଶ୍ମୀର ବାରମୁଲ୍ଲାର ଖେରି ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ଜଣେ ଜମ୍ମୁ କାଶ୍ମୀର ପୋଲିସ ଶହୀଦ ହୋଇଥିବା ବେଳେ ତିନି ପାକିସ୍ତାନୀ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ ।
ଶ୍ରୀନଗର: ଜମ୍ମୁ କାଶ୍ମୀର ବାରମୁଲ୍ଲାର ଖେରି ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ଜଣେ ଜମ୍ମୁ କାଶ୍ମୀର ପୋଲିସ ଶହୀଦ ହୋଇଥିବା ବେଳେ ତିନି ପାକିସ୍ତାନୀ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ଏବେବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଆଇଜିପି କାଶ୍ମୀପ ବିଜୟ କୁମାର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଜମ୍ମୁ କାଶ୍ମୀର ବାରମୁଲ୍ଲାର ଖେରି ଅଞ୍ଚଳର ନଜିବାତ କ୍ରସିଙ୍ଗରେ ଆତଙ୍କୀବାଦୀ ଲୁଚି ରହିଥିବା ନେଇ ସେନାକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଦୁଇ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ।ସୁରକ୍ଷା ବାହିନୀଙ୍କ ଗୁଳିରେ ତିନି ଜଣ ପାକିସ୍ତାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଜମ୍ମୁ କାଶ୍ମୀର ପୋଲିସ ଶହୀଦ ହୋଇଛନ୍ତି ।












Click it and Unblock the Notifications