ବାରାମୂଳାରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ
ଜମ୍ମୁ କାଶ୍ମୀର ବାରାମୂଳା ଜିଲ୍ଲାରେ ଆଜି ପୁଣି ଏନକାଉଣ୍ଟର ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ନେଇ ଖବର ମିଳିଛି ।
ଶ୍ରୀନଗର: ଜମ୍ମୁ କାଶ୍ମୀର ବାରାମୂଳା ଜିଲ୍ଲାରେ ଆଜି ପୁଣି ଏନକାଉଣ୍ଟର ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ନେଇ ଖବର ମିଳିଛି । ଗତ 24 ଘଣ୍ଟାରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଲେଣି । ଅନ୍ୟପଟେ ଏଥିରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି ।

ମୃତ ଆତଙ୍କୀ ହେଉଛି ବାରାମୂଲାର ଇରଶାଦ ଅହମ୍ମଦ ଭଟ୍ଟ। ସେ ମେ 2022ରୁ ଆତଙ୍କବାଦୀ ସଙ୍ଗଠନ ଲସ୍କର ଏ ତୋଏବାର ସକ୍ରିୟ ସଦସ୍ୟ। ତାଙ୍କ ନିକଟରୁ ଗୋଟିଏ ଏକେ 47.2 ମାଗାଜିନ ଓ 30 ରାଉଣ୍ଡ ଗୁଳି ଜବତ ହୋଇଛି। ଏନକାଉଣ୍ଟର ପରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷାକର୍ମୀଙ୍କ ଦ୍ବାରା ସର୍ଚ୍ଚ ଅପରେସନ ଜାରି ରହିଛି।
ଆଜି ସକାଳେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ, ଜମ୍ମୁ କାଶ୍ମୀର ପୋଲିସ ଓ ସିଆରପିଏଫ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଲୁଚିଥିବା ଆତଙ୍କବାଦୀ ମାନେ ପ୍ରଥମେ ଗୁଳିମାଡ କରିଥିଲେ । ଯାହାର ପାଲଟା ଗୁଳିଚାଳନା କରିଥିଲା ସେନା। ଏହା ପୂର୍ବରୁ କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଘଟିଥିଲା । ଜଣେ ଯବାନ ଆହତ ହୋଇଥିବାବେଳେ ଆତଙ୍କବାଦୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିଛି ମାସ ଧରି ଲଗାତାର ଏନକାଉଣ୍ଟର ହେଉଥିବା ଦେଖାଯାଇଛି ।












Click it and Unblock the Notifications