ଦେଶରେ କୃଷି କ୍ଷେତ୍ରରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେବା ସେମାନଙ୍କର ଭୂମିକାକୁ ଅଧିକ ମଜଭୁତ କରିଛି;ରାଷ୍ଟ୍ରପତି
କୃଷି ଖାଦ୍ୟ ବ୍ୟବସ୍ଥାରେ କୃଷି କ୍ଷେତ୍ରରେ ସାମିଲ ମହିଳାମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ କରିବା ଲାଗି ସେମାନଙ୍କୁ ଉତ୍ସାହିତ କରିବା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି । ଆଜି ନୂଆଦିଲ୍ଲୀରେ କୃଷି ଖାଦ୍ୟ ଶୃଙ୍ଖଳାରେ ମହିଳାଙ୍କ ଯୋଗଦାନ ଶୀର୍ଷକ ବିଶ୍ୱ ସମ୍ମିଳନୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି ଭାରତ' ମହିଳା ସମର୍ଥିତ କୃଷି ବିକାଶ ଉପରେ ଗୁରୁତ୍ୱ ଦେଉଛି ।

ନୀତି ନିର୍ଦ୍ଧାରଣ ଏବଂ ନେତୃତ୍ୱ ବିକାଶ କ୍ଷେତ୍ରରେ କୃଷି କ୍ଷେତ୍ର ମହିଳାଙ୍କ ଭୂମିକାକୁ ଆହୁରି ଦୃଢ଼ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଆଗାମୀ ଦିନରେ କୃଷିର ସମସ୍ତ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ସମାବେଶୀ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି ।












Click it and Unblock the Notifications