ଦିବ୍ୟାଙ୍ଗମାନଙ୍କ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବାସହ ଦକ୍ଷତା ବିକାଶର ଆବଶ୍ୟକତା ରହିଛି : ରାଷ୍ଟ୍ରପତି
ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ୨୨ଜଣ ଆଦର୍ଶ ବ୍ୟକ୍ତି ଏବଂ ୧୧ଟି ଅନୁଷ୍ଠାନକୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଆଜିର ପୁରସ୍କାର ବିଜେତାମାନଙ୍କୁ ସମାଜ ସମ୍ମୁଖରେ ଆଦର୍ଶଭାବେ ବିବେଚିତ କରିବ । ସେମାନଙ୍କୁ ଅନୁକରଣ କରି ଅନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନମାନେ ସଶକ୍ତିକରଣ ଦିଗରେ ଆଗକୁ ବଢ଼ିପାରିବେ ।
ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା, ସେମାନଙ୍କ ଦକ୍ଷତା ବିକାଶ ଏବଂ ନିଯୁକ୍ତି ପ୍ରଦାନ କରିବା, ଦିବ୍ୟାଙ୍ଗମାନଙ୍କ ଉତ୍ପାଦ କ୍ରୟରେ ଅଗ୍ରାଧିକାର ଏବଂ ବିପଣନ ସୁବିଧା ପ୍ରଦାନ ସେମାନଙ୍କ ନେତୃତ୍ୱ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି । ଆଜିର ପୁରସ୍କାର ବିଜେତାମାନେ କେବଳ ପ୍ରେରଣାର ଲକ୍ଷ୍ୟ ନୁହଁନ୍ତି ବରଂ ପ୍ରେରଣାର ଉତ୍ସ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଦିବ୍ୟାଙ୍ଗମାନଙ୍କୁ ସାର୍ବଜନୀନ ଉପଲବ୍ଧତା ପ୍ରଦାନ କରିବାରେ ସୁଗମ୍ୟ ଭାରତ ଅଭିଯାନର ଭୂମିକା ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି ଦିବ୍ୟାଙ୍ଗମାନଙ୍କୁ ସମବେଦନା ନୁହେଁ; ସମାନୁଭୂତି ଆବଶ୍ୟକ । ଦିବ୍ୟାଙ୍ଗମାନଙ୍କୁ ଆରାମଦାୟକ ଏବଂ ସମାନ ଅନୁଭବ କରାଇବା ସମଗ୍ର ମାନବ ଜାତିର କର୍ତ୍ତବ୍ୟ ।
ଦିବ୍ୟାଙ୍ଗମାନଙ୍କୁ ପ୍ରତ୍ୟେକ ଉପାୟରେ ପ୍ରତିବନ୍ଧକମୁକ୍ତ ପରିବେଶ ପ୍ରଦାନ କରିବା ସମାଜର ପ୍ରାଥମିକତା ହେବା ଉଚିତ୍ ବୋଲି ରାଷ୍ଟ୍ରପତି କହିଛନ୍ତି । ଚଳିତବର୍ଷର ବିଷୟବସ୍ତୁ "ଏକ ସମାବେଶୀ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ଭିନ୍ନକ୍ଷମଙ୍କ ନେତୃତ୍ୱ ବୃଦ୍ଧି" ଭିନ୍ନକ୍ଷମଙ୍କ ମଧ୍ୟରେ ନେତୃତ୍ୱ କ୍ଷମତାବୃଦ୍ଧି କରିବ । ଜଣେ ସକ୍ଷମ ବ୍ୟକ୍ତିଭଳି କାର୍ଯ୍ୟ କରିବାର ସୁଯୋଗ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଆତ୍ମବିଶ୍ୱାସର ସହ ଏକ ଅର୍ଥପୂର୍ଣ୍ଣ ଜୀବନ ବଞ୍ଚିବାର ଭାବନା ସୃଷ୍ଟି କରିବ ବୋଲି ରାଷ୍ଟ୍ରପତି କହିଛନ୍ତି ।
ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଉପସ୍ଥିତ ଥିଲେ । ଏହି ଅବସରରେ ଦିବ୍ୟାଙ୍ଗଙ୍କ ଜୀବନ ଅଧିକ ସମୃଦ୍ଧ କରିବା ଲକ୍ଷ୍ୟରେ ୧୬ଟି କଲ୍ୟାଣକାରୀ ପଦକ୍ଷେପର ରାଷ୍ଟ୍ରପତି ଶୁଭାରମ୍ଭ କରିଛନ୍ତି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications