ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ବିନୋଦ କୁମାର ଶୁକ୍ଲାଙ୍କ ପରଲୋକ
ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ଏବଂ ଜ୍ଞାନପୀଠ ପୁରସ୍କାର ବିଜେତା ବିନୋଦ କୁମାର ଶୁକ୍ଲାଙ୍କ ର ମଙ୍ଗଳବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। ସମକାଳନୀ ହିନ୍ଦୀ ସାହିତ୍ୟରେ ବିନୋଦ କୁମାର ଶୁକ୍ଲ ଜଣେ ଖୁବ୍ ପରିଚିତ ଚେହେରା। ଗତ କିଛିଦିନ ହେବ ଏହି ପ୍ରବୀଣ ଲେଖକ ଅସୁସ୍ଥ ଥିଲେ। ରାୟପୁର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ମଙ୍ଗଳବାର ତାଙ୍କର ବିୟୋଗ ହୋଇଥିବା ଏମ୍ସର ଡାକ୍ତରମାନେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସ 1 ନଭେମ୍ବରରେ ବିନୋଦ କୁମାର ଶୁକ୍ଲାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।ରିପୋର୍ଟ ଅନୁଯାୟୀ, ବିନୋଦ କୁମାର ଶୁକ୍ଳାଙ୍କ ପୁଅ ଶାଶ୍ୱତ ଶୁକ୍ଳା କହିଛନ୍ତି ଯେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବା ପରେ ତାଙ୍କୁ ଚଳିତ ମାସ ୨ ତାରିଖରେ ରାୟପୁର ଏମ୍ସରେ ଭର୍ତ୍ତି କରାଯାଇଥିଲା । ବିନୋଦ ଶୁକ୍ଳାଙ୍କ ପରିବାରରେ ତାଙ୍କ ପତ୍ନୀ, ପୁଅ ଶାଶ୍ୱତ ଏବଂ ଗୋଟିଏ ଝିଅ ଅଛନ୍ତି। ଶାଶ୍ୱତ କହିଛନ୍ତି ଯେ ଶୁକ୍ଳାଙ୍କ ମୃତଦେହକୁ ପ୍ରଥମେ ତାଙ୍କ ବାସଭବନକୁ ନିଆଯିବ।












Click it and Unblock the Notifications