କଙ୍ଗନା ରଣାୱତଙ୍କ ଫିଲ୍ମ 'Emergency'କୁ ମିଳିଲା ଗ୍ରିନ୍ ସିଗନାଲ, ଖୁବ୍ ଶୀଘ୍ର ହେବ ରିଲିଜ୍
Emergency Film: କଙ୍ଗନା ରଣାୱତଙ୍କ ଫିଲ୍ମ 'Emergency'କୁ ସେନ୍ସର ବୋର୍ଡରୁ ପକ୍ଷରୁ ମିଳିଲା ଗ୍ରିନ୍ ସିଗନାଲ । ବିରାଟ ବିବାଦ ମଧ୍ୟରେ ସେନ୍ସର ବୋର୍ଡ ଏହି ଫିଲ୍ମକୁ ୟୁଏ ସାର୍ଟିଫିକେଟ୍ ଦେଇଛି। ବର୍ତ୍ତମାନ 'Emergency' ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ହେଲେ ନିର୍ମାତାମାନଙ୍କୁ ପ୍ରଥମେ ଫିଲ୍ମରେ ସିବିଏଫସି ନିର୍ଦ୍ଦେଶ ଅନୁସାରେ ଫିଲ୍ମରେ କିଛି ପରବର୍ତ୍ତନ କରିବା ପାଇଁ ପଡିବ ।
ଦ ସଣ୍ତେ ଏକ୍ସପ୍ରେସ ଅନୁସାରେ, 'Emergency'କୁ ସେନ୍ସର ବୋର୍ଡ ତିନୋଟି କଟ୍ ଦେବା ପାଇଁ କହିଛି । ନିର୍ମାତାମାନେ ଜୁଲାଇ 8 ରେ ସାର୍ଟିଫିକେଟ୍ ପାଇଁ ଫିଲ୍ମଟି ସେନ୍ସର ବୋର୍ଡରେ ଦାଖଲ କରିଥିଲେ। ଏକ ମାସ ପରେ, ଶିରୋମଣି ଅକାଳୀ ଦଳ ଏବଂ ଅନେକ ଶିଖ ସଂଗଠନ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। ଏଭଳି ପରିସ୍ଥିତିରେ ସିବିଏଫସି ଏକ ଚିଠି ମାଧ୍ୟମରେ ଫିଲ୍ମର ପ୍ରଡକ୍ସନ୍ ହାଉସରେ 10 ଟି କଟ୍ ଏବଂ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଯାଇଛି ।

'Emergency' ପ୍ରଡକ୍ସନ ହାଉସ୍ ସିବିଏଫସି ଦ୍ୱାରା ପ୍ରସ୍ତାବିତ 10 ଟି ପ୍ରସ୍ତାବ ମଧ୍ୟରୁ 9 ଟିରେ ରାଜି ହୋଇଥିଲା। ଫିଲ୍ମର ଏକ ଦୃଶ୍ୟରେ କିଛି ଭିଜୁଆଲ୍ ଅପସାରଣ କିମ୍ବା ପରିବର୍ତ୍ତନ କରିବାକୁ ସେନ୍ସର ବୋର୍ଡ ମଧ୍ୟ ପରାମର୍ଶ ଦେଇଛି । ଏହି ଦୃଶ୍ୟରେ ପାକିସ୍ତାନୀ ଯବାନମାନେ ବାଂଲାଦେଶୀ ଶରଣାର୍ଥୀଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା ।
ଏହି ଚଳଚ୍ଚିତ୍ରରେ ଜଣେ ନେତାଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଭିଡ଼ରେ କେହି ବ୍ୟବହାର କରୁଥିବା ଅପମାନଜନକ ଭାଷା ବଦଳାଇବାକୁ ସିବିଏଫସି ନିର୍ମାତା ମଧ୍ୟ କହିଛି। ଫିଲ୍ମରେ ଏକ ସଂଳାପରେ ବ୍ୟବହୃତ ଉପନାମକୁ ପରିବର୍ତ୍ତନ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଥିଲା। ଏହା ବ୍ୟତୀତ, ସିବିଏଫସି ଫିଲ୍ମରେ ଦେଖାଯାଇଥିବା ତଥ୍ୟ ପାଇଁ ଅନୁସନ୍ଧାନ ସନ୍ଦର୍ଭ ଏବଂ ପ୍ରକୃତ ଉତ୍ସ ବିଷୟରେ ଉଲ୍ଲେଖ କରିବାକୁ ମଧ୍ୟ ପରାମର୍ଶ ଦେଇଛି ।
କଙ୍ଗନା ରଣାୱତଙ୍କ ଫିଲ୍ମ ' Emergency' ପୂର୍ବରୁ 6 ସେପ୍ଟେମ୍ବରରେ ରିଲିଜ୍ ହେବାର ଥିଲା। କିନ୍ତୁ ଫିଲ୍ମ ଉପରେ ଉତ୍ତେଜନା ପ୍ରକାଶ ପାଇବା ପରେ ସେନସର ବୋର୍ଡରୁ ପ୍ରମାଣପତ୍ର ପାଇନଥିଲା ଏବଂ ଏହାର ରିଲିଜକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ସେନ୍ସର ବୋର୍ଡରୁ କ୍ଲିୟରାନ୍ସ ପାଇବା ପରେ ନିର୍ମାତାମାନେ ଶୀଘ୍ର ' Emergency' ର ନୂତନ ରିଲିଜ୍ ତାରିଖ ଘୋଷଣା କରାଯିବା ନେଇ ସୂଚନା ରହିଛି ।












Click it and Unblock the Notifications