Get Updates
Get notified of breaking news, exclusive insights, and must-see stories!

Emergency alert: ମୋବାଇଲକୁ ଆସୁଛି ଜରୁରୀକାଳୀନ ସତର୍କତା ମେସେଜ, ଜାଣନ୍ତୁ କାହିଁକି ?

ମୋବାଇଲକୁ ଆସୁଛି ଜରୁରୀକାଳୀନ ସତର୍କତା (Emergency alert) ମେସେଜ । ତେବେ ଏହି ମେସେଜ ଆସିବା ପରେ ଲୋକେ ଭାରି ଚିନ୍ତିତ ହୋଇ ପଡ଼ିଛନ୍ତି । ସାଇବର କ୍ରାଇମ୍ ଯୁଗରେ ଏହା ଲୋକଙ୍କୁ ଟେନସନ ଦେଲାଣି ।

ମେସେଜରେ ଲେଖାଯାଇଛି
Emergency alert: Extreme
ଏହା ହେଉଛି ଟେଲିକମ୍ ବିଭାଗ, ଭାରତ ସରକାରଙ୍କ ଦ୍ବାରା ସେଲ୍ ବ୍ରୋଡକାଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିବା ଏକ ନମୁନା ପରୀକ୍ଷା ବାର୍ତ୍ତା । ଦୟାକରି ଏହି ସନ୍ଦେଶକୁ ଅଣଦେଖା କରନ୍ତୁ, କାରଣ ଏହା ଆପଣଙ୍କ ତରଫରୁ କୌଣସି ପଦକ୍ଷେପ ଆବଶ୍ୟକ କରେ ନାହିଁ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୂକରଣ ଦ୍ବାରା କାର୍ଯ୍ୟକାରୀ ହେଉଥ‌ିବା ଅଲ ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରିବାକୁ ଏହି ବାର୍ତ୍ତା ପଠାଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବାକୁ ଏବଂ ଜରୁରୀକାଳୀନ ସମୟରେ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବାକୁ ସିଷ୍ଟମ୍ ଲକ୍ଷ୍ୟ ରଖୁଛି । ଟାଇମଷ୍ଟ୍ରିମ:
25-10-2023 12:13 PM 22
OK

emergency_alert

ଆଉ ତଳେ ok କୁ କ୍ଲିକ୍ କଲେ ମେସେଜ ଯାଉଛି । ବାରମ୍ବାର ଆସୁଛି ଏହି ମେସେଜ । ତେବେ ଏହି ମେସେଜ ପରେ ଲୋକେ ଭାରି ଚିନ୍ତିତ । ସୋସିଆଲ ମିଡିଆରେ ବି ଏ ନେଇ ପ୍ରତିକ୍ରିୟା ଦେଖାଦେଇଛି ।

କଣ ପାଇଁ ଆସୁଛି ଏହି ମେସେଜ ?

ମୋବାଇଲରେ ଆଲାର୍ମ ନେଇ ଟେଲିକମ୍‌ ଡିଜି ସୂଚନା ଦେଇ କହିଛନ୍ତି ଯେ, ବିପର୍ଯ୍ୟୟ ସଂପର୍କୀତ ସୂଚନା ନେଇ ଆଜି ଟେଷ୍ଟ କରାଯାଉଛି । ସୁନାମୀ, ଭୂମିକମ୍ପ, ବଜ୍ରପାତ ସଂପର୍କରେ ଲୋକଙ୍କୁ ଆଲର୍ଟ କରାଯିବ । ଆଜି ୧୧ଟା ପରଠାରୁ ଲୋକଙ୍କ ମୋବାଇଲକୁ ମେସେଜ ଆସୁଛି ।

ଏହା ଟେଷ୍ଟ କରାଯାଉଛି, ଠିକ୍‌ ଭାବେ ମେସେଜ ଆସୁଛି କି ନାହିଁ । ଲୋକଙ୍କୁ ଠିକ୍‌ ଭାବେ ମେସେଜ ପହଞ୍ଚୁଛି କି ନାହିଁ ଟେଷ୍ଟ ହେଉଛି ।ଉଭୟ ଇଂରାଜୀ ଓ ଓଡ଼ିଆରେ ମେସେଜ ପଠାଯାଉଛି । ଲୋକ ତୁରନ୍ତ ମେସେଜ ଦେଖିବା ପାଇଁ ଆଲାର୍ମ ସାଉଣ୍ଡ ଦିଆଯାଉଛି । କିଛି ଭୟଭୀତ ହେବାର ନାହିଁ, ଏହା କେବଳ ଟେଷ୍ଟିଂ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+