Kolkata Airport News: କୋଲକାତା ବିମାନବନ୍ଦରକୁ ବୋମା ପକେଇ ଉଡ଼ାଇ ଦେବାର ମିଳିଲା ଧମକ
Kolkata Airport News: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରକୁ ବୋମା ପକେଇ ଉଡ଼ାଇ ଦେବାକୁ ଧମକ । ଯାହା ପରେ ଚାରି ଚହଳ ସୃଷ୍ଟି ହୋଇଛି । ଶୁକ୍ରବାର ଦିନ ବିମାନବନ୍ଦର ଅଧିକାରୀମାନଙ୍କୁ ଏକ ଅଜଣା ଇମେଲ୍ ମିଳିଥିଲା, ଯେଉଁଥିରେ କମ୍ପ୍ଲେକ୍ସର ବିଭିନ୍ନ ସ୍ଥାନରେ ବୋମା ଲଗାଯାଇଥିବା ଦାବି କରାଯାଇଥିଲା। ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଇମେଲ ମିଳିବା ପରେ ବିମାନବନ୍ଦରରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ଏବଂ ସୁରକ୍ଷା ଆହୁରି କଡ଼ାକଡ଼ି କରାଯାଇଛି ।
ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦିନ 12.55 ରେ ବୋମା ବିସ୍ଫୋରଣର ଆଶଙ୍କା ଥିବା ଇମେଲଟି ମିଥ୍ୟା ବୋଲି ଜଣାପଡିଥିଲା । ବିମାନବନ୍ଦର ସୂତ୍ର ଅନୁଯାୟୀ, ମେଲରେ କୁହାଯାଇଛି ଯେ, ରମେଶ୍ୱରମ କାଫେରେ ଏକ ବୋମା ରଖାଯାଇଥିଲା କିନ୍ତୁ କୋଲକାତା ବିମାନବନ୍ଦରରେ ରଖାଯାଇଥିବା ବୋମା ଏହାଠାରୁ ବଡ। ଏହି ମେଲରେ ଆହୁରି ମଧ୍ୟ କୁହାଯାଇଛି ଯେ, ଅନ୍ୟ ଚାରିଟି ବିମାନବନ୍ଦରରେ ମଧ୍ୟ ବୋମା ଲଗାଯାଇଛି ଏବଂ ଦିନ 12.55 ରେ ସମସ୍ତ ବୋମା ବିସ୍ଫୋରଣ ହେବ। କୋଲକାତା ବିମାନବନ୍ଦରର ମ୍ୟାନେଜଙ୍କୁ ଶୁକ୍ରବାର ଦିନ ପ୍ରାୟ 11.40 ସମୟରେ ଏହି ମେଲ୍ ମିଳିଥିଲା ।

ବିମାନବନ୍ଦର ବିଭାଗର ଡେପୁଟି କମିଶନର ଐଶ୍ୱର୍ଯ୍ୟା ସାଗର କହିଛନ୍ତି ଯେ, ଇମେଲ ପାଇବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର (NSCBIA) ର ସୁରକ୍ଷା ଏଜେନ୍ସି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅଧିକାରୀ କହିଛନ୍ତି ଯେ, ବିମାନବନ୍ଦର କର୍ତ୍ତୃପକ୍ଷ, ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍) ଏବଂ ବିଦ୍ଧନଗର ପୋଲିସ ମିଳିତ ଭାବେ ଇମେଲର ଉତ୍ସ ଏବଂ ପ୍ରେରକଙ୍କୁ ଅନୁସନ୍ଧାନ କରୁଛନ୍ତି।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବିମାନ ବନ୍ଦରକୁ ନେଇ ଏପରି ଧମକ ପୂର୍ଣ୍ଣ ଇମେଲ୍ ଆସିବା କୌଣସି ପ୍ରଥମ ଘଟଣା ନୁହେଁ । କିଛି ଦିନ ପୂର୍ବରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ବୋମାରେ ଉଡାଇବାର ଧମକ ମିଳିଥିଲା । ସେହିପରି ରମେଶ୍ୱରମ୍ କାଫେ ବିସ୍ଫୋରଣ ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁରେ କରାଯାଇଥିଲା। ଏହାର ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି ।












Click it and Unblock the Notifications