ଗିରଫ ହୋଇପାରନ୍ତି ଏଲଭିସ୍ ଯାଦବ, ରେପ୍ ପାର୍ଟିରେ ଦିଆଯାଉଥିଲା ସାପ ବିଷ !
Elvish Yadav rave party snake venom: ନିଶା ଏପରି ଏକ ଅଭ୍ୟାସ, ଯାହା ଜଣେ ବ୍ୟକ୍ତି ନିଜ ଇଚ୍ଛାରେ ଗ୍ରହଣ ତ କରେ ହେଲେ ନିଜ ଇଚ୍ଛାରେ ଛାଡିପାରେ ନାହିଁ । ନିଶା ସେବନର କରିବାର ବିଭିନ୍ନ ଉପାୟ ମଧ୍ୟ ରହିଛି । ଆଜିକା ତାରିଖରେ ଲୋକ ମାନେ ଏପରି ଏପରି ଜୀନଷ ଦ୍ୱାରା ନିଶା କରୁଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବର୍ତ୍ତମାନ ପ୍ରସିଦ୍ଧ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ରେଭ୍ ପାର୍ଟିକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଅଭିଯୋଗ ହୋଇଛି ଯେ ବିଗ୍ ବସ୍ ବିଜେତା ଏଲଭିଶଙ୍କ ସାଙ୍ଗମାନେ ସାପ ବିଷ ବ୍ୟବହାର କରିଥିଲେ ଏବଂ ବିଦେଶୀ ଝିଅମାନଙ୍କୁ ମଧ୍ୟ ପାର୍ଟିକୁ ନିମନ୍ତ୍ରଣ କରିଥିଲେ । ବର୍ତ୍ତମାନ ସାଙ୍ଗମାନଙ୍କ ସହିତ ଏଲଭିଶଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ତେବେ ଚାଲନ୍ତୁ ଜାଣିବା ଲୋକମାନେ କିପରି ସାପ ବିଷ ବ୍ୟବହାର କରନ୍ତି ଏବଂ କାହିଁକି ଏପରି କରନ୍ତି ।

ଲୋକମାନେ ନିଶା କରିବାକୁ ଅଜବ ଜିନିଷ ବ୍ୟବହାର କରନ୍ତି କିନ୍ତୁ ଆପଣ କେବେ ଭାବିଛନ୍ତି କି ବିଷାକ୍ତ ସାପର ବିଷ ମଧ୍ୟ ନିଶା ଭାବେ ବ୍ୟବହାର କରାଯାଇପାରେ । କିଛି ବର୍ଷ ପୂର୍ବେ ଚଣ୍ଡିଗଡ଼ରେ ଦୁଇଜଣ ଯୁବକ ନିଶା ନେବା ପାଇଁ କୋବ୍ରାକୁ ନିଜ ଜିଭରେ କାମୁଡାଇବା ପରି ଘଟଣା ପ୍ରକାଶ ପାଇଥିଲା । ଏପରି କାର୍ଯ୍ୟକାଳପ ଖୁବ୍ ଆଶ୍ଚର୍ଯ୍ୟଜନର ଲାଗିଲେ ବି ସତ । ନିକଟରେ ଏଲଭିଶ ଯାଦବ ଏବଂ ତାଙ୍କ ସାଙ୍ଗମାନଙ୍କ ପାର୍ଟିରୁ 20 ମିଲିମିଟର ବିଷ ଏବଂ 9 ଜୀବନ୍ତ ସାପ ଉଦ୍ଧାର କରାଯାଇଛି। ଯେଉଁଥିରେ 5ଟି କୋବ୍ରା, ପାଇଥନ୍, ଦୁଇଟି ଦୁଇ ମୁଣ୍ଡର ସାପ ଏବଂ ଗୋଟିଏ ରାଟ୍ ସ୍ନେକ୍ ଥିଲା ।
ଏବେ ପ୍ରଶ୍ନ ଉଠୁଛି ଯେ ବିଷାକ୍ତ ସାପ ଦ୍ୱାରା କିପରି ନିଶା ସେବନ କରାଯାଏ । ତେବେ ଏହା ସୁରକ୍ଷିତ କି? ଏହା କିପରି ନିଆଯାଏ ? କିଛି ଔଷଧ ତିଆରି କରିବା ପାଇଁ ସାପ ବିଷ ବ୍ୟବହାର କରାଯାଏ ଏବଂ ଏହା ମଧ୍ୟ ବହୁତ କମ୍ ପରିମାଣରେ ବ୍ୟବହାର କରାଯାଇଥାଏ । ହେଲେ ସାପ ବିଷରୁ ନିଶା ସେବନ ମଧ୍ୟ କରାଯାଇଥାଏ ।
ପୂର୍ବରୁ ଦୁଇ ରାଜସ୍ଥାନୀ ଯୁବକସାପ ବିଷକୁ ନିଶା ଭାବରେ ବ୍ୟବହାର କରୁଥିଲେ, ସାପ କାମୁଡ଼ିବା ପରେ ସେମାନଙ୍କୁ ପ୍ରଥମେ ଏକ ଝଟକା ଅନୁଭବ ହୋଇଥିଲା । ଏହା ପରେ ସବୁକିଛି ଅନ୍ଦାର ଦେଖାଯାଇଥିଲା ଏବଂ ତା'ପରେ ସମଗ୍ର ଶରୀର ପ୍ରାୟ ଏକ ଘଣ୍ଟା ପାଇଁ ସ୍ଥିର ହୋଇଯାଇଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏପରି ନିଶା ନେବା ପାଇଁ କରାଯାଏ ।












Click it and Unblock the Notifications