ଭାରତ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କଲା ମସ୍କଙ୍କ X
ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛି ଏଲନ ମସ୍କଙ୍କ କମ୍ପାନୀ ଏକ୍ସ କର୍ପ । କମ୍ପାନୀ ଭାରତ ସରକାରଙ୍କ ଆଇଟି ଆଇନର ଧାରା 79(3)(b) ଉପରେ ପ୍ରଶ୍ନ ଉଠାଇଛି। କମ୍ପାନୀ କହିଛି ଯେ,ଏହି ନିୟମ ଏକ ବେଆଇନ ଏବଂ ଅନିୟମିତ ସେନ୍ସରସିପ୍ ସିଷ୍ଟମ ସୃଷ୍ଟି କରୁଛି, ଯାହା ଅଧୀନରେ କଣ୍ଟେଣ୍ଟକୁ ବ୍ଲକ କରିବା ଦ୍ୱାରା ପ୍ଲାଟଫର୍ମର କାର୍ଯ୍ୟ ପ୍ରଭାବିତ ହେଉଛି।
ସରକାରଙ୍କ ସୂଚନା ପ୍ରଯୁକ୍ତି ଆଇନର ଧାରା ୭୯(୩)(ଖ)ରେ ବର୍ଣ୍ଣନା କରାଯାଇଛି ଯେ କେଉଁ ପରିସ୍ଥିତିରେ ସରକାରଙ୍କର ଇଣ୍ଟରନେଟ୍ କଣ୍ଟେଣ୍ଟକୁ ଅବରୋଧ କରିବାର ଅଧିକାର ଅଛି। ସରକାରଙ୍କ ସୂଚନା ପ୍ରଯୁକ୍ତି ଆଇନର ଧାରା ୭୯(୩)(ଖ)ରେ ବର୍ଣ୍ଣନା କରାଯାଇଛି ଯେ କେଉଁ ପରିସ୍ଥିତିରେ ସରକାରଙ୍କର ଇଣ୍ଟରନେଟ୍ କଣ୍ଟେଣ୍ଟକୁ ଅବରୋଧ କରିବାର ଅଧିକାର ଅଛି।

ନିଜ ଆବେଦନରେ କମ୍ପାନୀ କହିଛି, "ସରକାର କଣ୍ଟେଣ୍ଟକୁ ହଟାଇବା ପାଇଁ ଲିଖିତ ଭାବରେ କାରଣ ଦେବା ଆବଶ୍ୟକ ଏବଂ ନିଷ୍ପତ୍ତି ନେବା ପୂର୍ବରୁ ଏକ ଉପଯୁକ୍ତ ଶୁଣାଣି ବ୍ୟବସ୍ଥା କରାଯିବା ଉଚିତ। ଏହାକୁ ଆଇନଗତ ଭାବରେ ଚ୍ୟାଲେଞ୍ଜ କରିବାର ଅଧିକାର ମଧ୍ୟ ରହିବା ଉଚିତ।" ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ କହିଛି ଯେ ଭାରତ ସରକାର ଏହି ନିୟମଗୁଡ଼ିକ ମଧ୍ୟରୁ କୌଣସିଟି ବ୍ୟବହାର କରିନାହାଁନ୍ତି।












Click it and Unblock the Notifications