ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା, ମାସକୁ ଦେବାକୁ ପଡ଼ିବ ଏତିକି ଟଙ୍କା
ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି ସେବାର ଆବାସିକ ପ୍ଲାନ୍ ପାଇଁ ମାସିକ ₹୮,୬୦୦ ଧାର୍ଯ୍ୟ କରାଯାଇଛି। ଷ୍ଟାରଲିଙ୍କ୍ ଅସୀମିତ ଡାଟା ସହିତ ଉଚ୍ଚ-ସ୍ତରୀୟ ଉପଲବ୍ଧତା ପ୍ରତିଶ୍ରୁତି ଦେଉଛି। ଏହି ସେବା ବିଶେଷ କରି ସେହି ପରିବାରମାନଙ୍କୁ ଲକ୍ଷ୍ୟ କରିଛି, ଯେଉଁମାନଙ୍କ ପାଖରେ ପାରମ୍ପରିକ ବ୍ରଡ୍ବ୍ୟାଣ୍ଡ୍ ଇଣ୍ଟରନେଟ୍ ଅସୁସଙ୍ଗତ ବା ଉପଲବ୍ଧ ନାହିଁ।
କମ୍ପାନିର କହିବା ଅନୁସାରେ, ୟୁଜର୍ସଙ୍କୁ ୩୦ ଦିନର ଟ୍ରାଏଲ ସୁବିଧା ଦିଆଯିବ। ଯଦି ଗ୍ରାହକଙ୍କୁ ଷ୍ଟାରଲିଙ୍କର ସେବା ପସନ୍ଦ ଆସୁନାହିଁ, ତେବେ ସେମାନେ ପୂରା ଟଙ୍କା ଫେରସ୍ତ ନେଇପାରିବେ। ୨୦୨୬ ଜାନୁଆରୀରୁ ସେବା ଆରମ୍ଭ ହେବ। ସାଟେଲାଇଟ ଇଣ୍ଟରନେଟ ସର୍ଭିସ ଆରମ୍ଭ ହେବା ଦ୍ବାରା ଅନଲିମିଟେଡ ଡାଟା ସହ ୯୯.୯% ଅପ୍ଟାଇମ ମିଳିବ। ଯାହା ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳରେ ଗେମ୍ ଚେଞ୍ଜର ହୋଇପାରେ।

ରିପୋର୍ଟ ଅନୁସାରେ, କମ୍ପାନି ବର୍ତ୍ତମାନ ଜାରି କରିଥିବା ପ୍ଲାନରେ ଗ୍ରାହକଙ୍କୁ ୮, ୬୦୦ ଟଙ୍କାରେ ୧ ମାସର ବୈଧତା ସହ ୪୦ରୁ ୨୨୦+ Mbpsର ଡାଉନଲୋଡ ସ୍ପିଡ ଏବଂ ୮ରୁ ୨୫+ Mbpsର ଅପଲୋଡ ସ୍ପିଡ ମିଳିବ।












Click it and Unblock the Notifications