ଭାରତର ଭୋଟିଂ ବ୍ୟବସ୍ଥାକୁ ନେଇ ଏମିତି କିଛି କହିଦେଲେ ମସ୍କ
ସ୍ପେଶ ଏକ୍ସ ତଥା ଟେସଲା ସିଇଓ ଏଲନ ମସ୍କ ସର୍ବଦା ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଏବେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଭାରତର ନିର୍ବାଚନ ବ୍ୟବସ୍ଥା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ କହିଛନ୍ତି ଯେ, ଭାରତ ଗୋଟିଏ ଦିନରେ ୬୪୦ ନିୟୁତ ଅର୍ଥାତ ୬୪ କୋଟି ଭୋଟ ଗଣତି କରିଦେଲା, କିନ୍ତୁ ଆମେରିକାର ଏକ ରାଜ୍ୟ କାଲିଫର୍ଣ୍ଣିଆରେ ଏବେ ବି ଭୋଟ ଗଣତି ଜାରି ରହିଛି। ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ।

ମତଦାନକୁ ୧୮ ଦିନ ହୋଇଗଲାଣି । ହେଲେ କାର୍ଲିଫର୍ଣ୍ଣିଆ ଷ୍ଟେଟରେ ଏଯାଏଁ ଭୋଟ୍ ଗଣତି ଶେଷ ହୋଇନାହିଁ । ଏବେବି ୨ଲକ୍ଷରୁ ଅଧିକ ଭୋଟ୍ କାଉଣ୍ଟିଂ ବାକି ରହିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବମ୍ପର ବିଜୟ ହୋଇଛି । ରିପବ୍ଲିକାନ୍ ପାର୍ଟିକୁ ୩୧୨ ଇଲେକ୍ଟୋରାଲ ମିଳିଛି । ସରକାର ଗଠନ ପାଇଁ କୌଣସି ଦଳକୁ ୨୭୦ ଇଲେକ୍ଟୋରାଲଙ୍କ ସମର୍ଥନ ଆବଶ୍ୟକ । ଏହାର ପାର୍ କରିଛି ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟି ....












Click it and Unblock the Notifications