'X'ରେ ପ୍ରଧାନମନ୍ତ୍ରୀଙ୍କର ୧୦ କୋଟି ଫଲୋର୍ସ, ଶୁଭେଚ୍ଛା ଜଣାଇଲେ ଏଲନ୍ ମସ୍କ
Elon Musk Congratulates PM Narendra Modi: ଟେସଲା ସିଇଓ ତଥା ବିଲେନିୟର ଏଲନ୍ ମସ୍କ ଜୁଲାଇ ୧୯ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପିଏମ ମୋଦିଙ୍କର ୧୦ କୋଟିରୁ ଅଧିକ ଫଲୋର୍ସ ରହିଛନ୍ତି । ପ୍ରଧାନମନ୍ତ୍ରୀ ନିଜ 'X' ହ୍ୟାଣ୍ଡେଲରେ ରାଜନେତାଙ୍କ ସହ ବୈଠକ ଏବଂ କାର୍ଯ୍ୟକ୍ରମର ଫୋଟ ସେୟାର କରନ୍ତି, ଏହା ବ୍ୟତୀତ ସେ ଅନେକ କାର୍ଯ୍ୟକ୍ରମ ବିଷୟରେ ସୂଚନା ମଧ୍ୟ ଦିଅନ୍ତି ।

ଏଲମ ମସ୍କ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସବୁଠୁ ଅଧିକ ପପୁଲାର ଏବଂ ଫଲୋ କରାଯାଇଥିବା ନେତା ହୋଇଥିବାରୁ ଅଭିନନ୍ଦନ । ସେହିପରି 'ଏକ୍ସରେ ୧୦ କୋଟିରୁ ଅଧିକ ଫଲୋର୍ସ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ଖୁସି ବ୍ୟକ୍ତ କରିଥିଲ । ସେ ଆହୁରି କହିଥିଲେ ଯେ, ଏପରି ଲୋକଙ୍କ ସହ ଯୋଡି ହେଉଥିବାରୁ ସେ ବେଶ୍ ଉତ୍ସାହିତ ଅଛନ୍ତି ।
ପିଏମ ମୋଦିଙ୍କ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ମଧ୍ୟ ବେଶ୍ ଅଧିକ ଫଲୋର୍ସ ରହିଛନ୍ତି । ଏକ୍ସରେ ତାଙ୍କୁ ପ୍ରାୟ 3.81 କୋଟି ଫଲୋ କରୁଛନ୍ତି ।












Click it and Unblock the Notifications