ଏକ୍ସରେ ୧୦କୋଟି ଟପିଲା ଫଲୋଅର୍ସଙ୍କ ସଂଖ୍ୟା , ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଲନ ମକ୍ସଙ୍କ ଶୁଭେଚ୍ଛା । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ୧୦ କୋଟ ଫଲୋଅର୍ସ ଟପିବା ଅବସରରେ ମସ୍କ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମସ୍କ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଏକ୍ସରେ ମୋଦୀ ବିଶ୍ୱର ସର୍ବାଧିକ ଅନୁଗାମୀ ନେତା ହୋଇଥିବାରୁ ଶୁଭେଚ୍ଛା ।
ଏକ୍ସରେ ୧୦ କୋଟି ଫଲୋଅର୍ସ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏକ୍ସରେ ୧୦୦ ମିଲିୟନ! ଏହି ଜୀବନ୍ତ ମାଧ୍ୟମକୁ ଛୁଇଁଖୁସି ଅନୁଭବ କରୁଛି । ଚର୍ଚ୍ଚା, ବିତର୍କ, ଆଲୋଚନା, ଲୋକଙ୍କ ଆଶୀର୍ବାଦ, ରଚନାତ୍ମକ ଆଲୋଚନା ଓ ବହୁତ କିଛି ଆନନ୍ଦ ଦେଇଥାଏ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଭାରତରେ ନୁହେଁ । ବରଂ ସେ ପୂରା ବିଶ୍ୱରେ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ମୋଦୀଙ୍କର ଲୋକପ୍ରିୟତା ଅଧିକ ବଢ଼ିବାରେ ଲାଗିଛି । ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋଅର୍ସଙ୍କ ସଂଖ୍ୟା ରବିବାର ୧୦ କୋଟି ଅତିକ୍ରମ କରିଛି ।
ବିଗତ ୩ ବର୍ଷରେ ତାଙ୍କର ୩ କୋଟି ଫଲୋଅର୍ସ ବଢ଼ିଛନ୍ତି । ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟରନେଟ ଗଣମାଧ୍ୟମ ପ୍ଲାଟଫର୍ମରେ ସର୍ବାଧିକ ଫଲୋଅର୍ସ (ଅନୁଗାମୀ) କରାଯାଇଥିବା ଶାସନାଧ୍ୟକ୍ଷ ।












Click it and Unblock the Notifications