ଏଲନ ମସ୍କଙ୍କ ବଡ଼ ଘୋଷଣା: 'X'ରେ ବିନା ନମ୍ବରରେ କରିହେବ କଲ୍-ଭିଡିଓ କଲ୍
ନୂଆଦିଲ୍ଲୀ: ଏଲନ ମସ୍କଙ୍କ ବଡ଼ ଘୋଷଣା । 'X'ରେ ହେଲା ବଡ଼ ପରିବର୍ତ୍ତନ । ଏଥର ବିନା ନମ୍ବରରେ ଏକ୍ସରେ ହୋଇପାରିବ କଲ୍ ଓ ଭିଡିଓ କଲ୍ । ସାଧାରଣତଃ ଲୋକ ମାନେ ଅଡିଓ ଏବଂ ଭିଡିଓ କଲିଂ ପାଇଁ ମେଟାର ହ୍ୱାଟ୍ସଆପ୍ ବ୍ୟବହାର କରିଥାନ୍ତି । ଏଥିପାଇଁ ହ୍ୱାଟ୍ସ ଆପ୍ ସବୁଠାରୁ ଲୋକପ୍ରିୟ ଆପ୍ ହୋଇପାରିଛି । କିନ୍ତୁ ବର୍ତ୍ତମାନ ଏଲନ୍ ମସ୍କ ମଧ୍ୟ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'X'ରେ ଏହି ସୁବିଧା ଯୋଗାଇବାକୁ ଯାଉଛନ୍ତି ଯାହାର ଘୋଷଣା ଆଜି ସେ ନିଜେ କରିଛନ୍ତି ।

ସେ ନିଜ 'X' ହ୍ୟାଣ୍ତେଲରେ ପୋଷ୍ଟ କରି ଲେଖିଛନ୍ତି, Xରେ 'ଭିଡିଓ ଏବଂ ଅଡିଓ କଲ୍ ଖୁବ୍ ଶୀଘ୍ର ଆସିବା ପାଇଁ ଯାଉଛି । ଏହା ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ PCରେ କାମ କରିବ । ଏଥିରେ ମୋବାଇଲ୍ ନମ୍ବରର କୌଣସି ଆବଶ୍ୟକତା ପଡିବ ନାହିଁ ।
ଏହା ସହିତ, ମସ୍କ ଲେଖିଛନ୍ତି ଯେ, 'X' ହେଉଛି ବିଶ୍ୱର ପ୍ରଭାବଶାଳୀ ଯୋଗଯୋଗ ମାଧ୍ୟମ । ଏହି କାରଣରୁ ପ୍ଲାଟଫର୍ମରେ ଏପରି ଫିଚର୍ ଗୁରୁତ୍ୱ ବହନ କରିବ । ତାଙ୍କର ଏହି ଟୁଇଟ୍ ଆଜି ବେଶ୍ ଭାଇରାଲ ହେବାରେ ଲାଗିଛି ।
ତେବେ, ବର୍ତ୍ତମାନ ୟୁଜର୍ସ ମାନଙ୍କ ପାଇଁ ଏହି ଫିଚର୍ କେବେଠୁ ଉପଲବ୍ଧ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 2022ରେ 44 ବନିୟନ ଡଲାରରେ ଟ୍ୱିଟରକୁ ନିଜ ଅଧିନକୁ ନେବା ପରେ ଏଲନ୍ ମସ୍କ ଏ ଏହାକୁ ଏକ ସୁପର ଆପ୍ କରିବେ ବୋଲି ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଆପରେ ଏନେକ ପରିବର୍ତ୍ତନ ହୋଇସାରିଲାଣି ।
ସେପଟେ ଟ୍ୱିଟରରେ ବଡ଼ ଧରଣର ସାଇବକ କ୍ରାଇମ୍ ନେଇ ଅନ୍ତର୍ଜାତୀୟ ଅନୁନ୍ଧାନ ସଂସ୍ଥା ରିପୋର୍ଟ କରିବା ପରେ ୟୁଜର୍ସଙ୍କ ଗୋପନୀୟତାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି । ବର୍ତ୍ତମାନ ଏହି ନୂଆ ଫିଚର ଆଡ୍ ହେବା ପରେ ସୁରକ୍ଷା ବ୍ୟବସ୍ଥା କିପରି ରହିବ ତାକୁ ନେଉ ଉଠୁଛି ପ୍ରଶ୍ନ ।












Click it and Unblock the Notifications