ସୁପ୍ରିମକୋର୍ଟରୁ ମିଳିଲା ଗ୍ରିନ୍ ସିଗନାଲ, ବଢ଼ିବ ବିଜୁଳି ଦର!
ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ବିଜୁଳି ଦରରେ ବୃଦ୍ଧି ସଠିକ୍ ଭାବେ ହେବା ଉଚିିତ୍। ନ୍ୟାୟାଳୟ ବିଜୁଳି ବିଲ୍ ଦର ବଢାଇବା ପାଇଁ ଅନୁମତି ଦେବା ସହ କିଛି ସର୍ତ୍ତ ରଖିଛନ୍ତି। କୋର୍ଟ କହିଛନ୍ତି ଯେ, ବୃଦ୍ଧି ଲାଭଦାୟକ ହେବା ଆବଶ୍ୟକ ଓ ଦିଲ୍ଲୀ ନିୟାମକ ଆୟୋଗ ପକ୍ଷରୁ ସ୍ଥିର କରାଯାଇଥିବା ସୀମାରୁ ଅଧିକ ହେବା ଉଚିିତ୍ ନୁହେଁ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀରେ ବିଦ୍ୟୁତ ହାର ବୃଦ୍ଧି କରାଯାଇପାରିବ କିନ୍ତୁ ଏହା ଯୁକ୍ତିଯୁକ୍ତ ଏବଂ ସୁଲଭ ହେବା ଉଚିତ । ଏଥିସହିତ ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗ (DERC) ରାଜଧାନୀରେ ବିଦ୍ୟୁତ ହାର କିପରି, କେବେ ଏବଂ କେତେ ବୃଦ୍ଧି ପାଇବା ଉଚିତ ସେ ବିଷୟରେ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଉଚିତ। ରିପୋର୍ଟ ଅନୁଯାୟୀ, ବର୍ଦ୍ଧିତ ବିଦ୍ୟୁତ ହାର ସମସ୍ତ ପ୍ରକାରର ଗ୍ରାହକଙ୍କ ପାଇଁ ପ୍ରଯୁଜ୍ୟ ହେବ।

ତେବେ କହିରଖୁଛୁ ଯେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ପ୍ରଭାବିତ କରିପାରେ । ପ୍ରକୃତରେ ଏହି ମାମଲା ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକର ପେମେଣ୍ଟ ନେଇ ବର୍ଷ ବର୍ଷ ଧରି ଚାଲିଥିବା ମାମଲା ସମ୍ପର୍କରେ ଥିଲା। ବୁଧବାର, ସୁପ୍ରିମକୋର୍ଟ ସମସ୍ତ ପେମେଣ୍ଟ୍ ନିୟାମକ ସମ୍ପତ୍ତିକୁ ଚାରି ବର୍ଷ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାର ଅର୍ଥ ହେଉଛି ଯେଉଁ ରାଜ୍ୟଗୁଡ଼ିକରେ ଦଶନ୍ଧି ଧରି ନିୟାମକ ସମ୍ପତ୍ତି ପଡ଼ି ରହିଛି, ସେଠାରେ, ଆଗାମୀ ଚାରି ବର୍ଷ ମଧ୍ୟରେ ବ୍ୟକ୍ତିଗତ, ଆବାସିକ, ବାଣିଜ୍ୟିକ ଏବଂ ଶିଳ୍ପ, ସମସ୍ତଙ୍କ ପାଇଁ ବିଦ୍ୟୁତ୍ ହାର ବୃଦ୍ଧି ପାଇବ। ଏଠାରେ ନିୟାମକ ସମ୍ପତ୍ତି ଅର୍ଥ ହେଉଛି ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକୁ ପ୍ରଦାନ କରାଯାଇଥିବା ଦେୟ। ଏହି ଦେୟ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବିଦ୍ୟୁତ ଯୋଗାଣ ପାଇଁ ଦିଆଯାଇଥାଏ ।












Click it and Unblock the Notifications