୧୬ ହଜାର କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ୨୦୨୨ ସୁଦ୍ଧା ହୋଇଛି ବିକ୍ରି , ଜାଣନ୍ତୁ କେଉଁ ଦଳ କେତେ ପାଇଛି ଦାନ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ସ୍କିମ୍ ଉପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଯୋଜନାକୁ ଅସାମ୍ବିଧାନିକ ବୋଲି କହିବା ସହ ଏହାକୁ ରଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ ।୨୦୧୬ରୁ ୨୦୨୨ ମଧ୍ୟରେ ଏହି ଯୋଜନା ଅଧୀନରେ ଦିଆଯାଇଥିବା ଅନୁଦାନର ୬୦% ରୁ ଅଧିକ ପାଇଥିବାରୁ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ଯୋଜନାକୁ ବନ୍ଦ କରିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ସବୁଠାରୁ ଅଧିକ କ୍ଷତି ସହିବାର ସମ୍ଭାବନା ରହିଛି ।

ଏହି ଯୋଜନା ନାଗରିକଙ୍କ ସୂଚନା ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି କୋର୍ଟ କହିଛନ୍ତି । ଅନ୍ୟପଟେ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ୨୦୧୬ରୁ ୨୦୨୨ ମଧ୍ୟରେ ୧୬,୪୩୭.୬୩ କୋଟି ଟଙ୍କାର ୨୮,୦୩୦ ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଛି । ବିଜେପି ଏହି ଦାନର ପ୍ରାଥମିକ ହିତାଧିକାରୀ ଥିଲା ଏବଂ ୧୦,୧୨୨ କୋଟି ଟଙ୍କା ପାଇଥିଲା, ଯାହା କି ମୋଟ ଦାନର ପ୍ରାୟ ୬୦% ।

Electoral bonds

ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମାନ ସମୟ ମଧ୍ୟରେ ୧୫୪୭ କୋଟି ଟଙ୍କା ବା ୧୦ ପ୍ରତିଶତ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସକୁ ୮୨୩ କୋଟି ଟଙ୍କା ବା ସମସ୍ତ ଇଲେକ୍ଟୋରାଲ ବଣ୍ଡର ୮ ପ୍ରତିଶତ ମିଳିଛି ।
ରିପୋର୍ଟ ଅନୁଯାୟୀ ସାତୋଟି ଜାତୀୟ ଦଳ ଗ୍ରହଣ କରିଥିବା ଚାନ୍ଦା ଗୁଡ଼ିକ ହେଉଛି , ବିଜେପି:, ୧୦,୧୨୨ କୋଟି ଟଙ୍କା, କଂଗ୍ରେସ: ୧,୫୪୭ କୋଟି ଟଙ୍କା, ଟିଏମସି: ୮୨୩ କୋଟି ଟଙ୍କା, ସିପିଆଇ(ଏମ):୩୬୭ କୋଟି ଟଙ୍କା,

ଏନସିପି: ୩୧ କୋଟି ଟଙ୍କା, ବିଏସପି: ୮୫ କୋଟି ଟଙ୍କା, ସିପିଆଇ: ୧୩ କୋଟି ଟଙ୍କା ପାଇଛନ୍ତି ଚନ୍ଦା ଏହି ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ କଂଗ୍ରେସ ତୁଳନାରେ ନିର୍ବାଚନ ବଣ୍ଡ ମାଧ୍ୟମରେ ବିଜେପି ପାଞ୍ଚ ଗୁଣ ଅଧିକ ଚାନ୍ଦା ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+