SBI'କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ଦିନ ମଧ୍ୟରେ ନିର୍ବାଚନୀ ବଣ୍ତ ସମ୍ପର୍କିତ ସବୁ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ

Supreme Court On Electoral Bonds: ସୋମବାର ସୁପ୍ରିମକୋର୍ଟରେ ନିର୍ବାଚନ ବଣ୍ଡ ମାମଲାର ଶୁଣାଣି ହୋଇଛି । ପୁଣି SBI ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଇଲେକଟୋରାଲ ବଣ୍ତର ସମସ୍ତ ତଥ୍ୟ ଦେବା ପାଇଁ କୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗୁରୁବାର ସନ୍ଧ୍ୟା ୫ ସୁଦ୍ଧା ସମସ୍ତ ତଥ୍ୟ ଏସବିଆଇ ଦେବ କେବଳ ତଥ୍ୟ ନୁହେଁ ଏହାସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

Supreme Court

ତେବେ ବଣ୍ତର ୟୁନିକନ୍ ନମ୍ବର ମଧ୍ୟ ନିର୍ବାଚନ କମିସନଙ୍କୁ ଦେବେ SBI । ଯାହା ପରେ ୱେବସାଇଟରେ ସମସ୍ତ ତଥ୍ୟ ପ୍ରଦାନ କରିବେ ନିର୍ବାଚନ କମିସନ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଇଲେକଟୋରାଲ ବଣ୍ତର ସମସ୍ତ ତଥ୍ୟ ଏସବିଆଇ ଲୁଚାଇଥିବା ନେଇ ଅଭିଯୋଗ ହୋଇଥିଲା ।

ନିର୍ବାଚନ ବଣ୍ଡ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା, ସେତେବେଳେ ବଣ୍ଡର ୟୁନିକନ୍ ସଂଖ୍ୟା ଏସବିଆଇ କୋର୍ଟରେ ପ୍ରକାଶ କରିନଥିଲେ । ଯାହାକୁ ନେଇ କୋର୍ଟ କହିଥିଲେ ଯେ, ଏସବିଆଇ ୟୁନିକନ୍ ନମ୍ବର ନର୍ବାଚନ କମିସନଙ୍କୁ ଦେବା ଉଚିତ୍, କାରଣ ଏହା କରିବାକୁ ବାଧ୍ୟତା ମୂଳକ । ୟୁନିକନ ନମ୍ବର ମିଳିବା ଦ୍ୱାରା ଏହା ସ୍ପଷ୍ଟ ହେବ ଯେ, କେଉଁ ରାଜନୈତିକ ଦଳକୁ କେଉଁ ବ୍ୟକ୍ତି ବା କମ୍ପାନୀ କେତେ ଡୋନେସନ୍ ଦେଇଛନ୍ତି ।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ନିର୍ବାଚନୀ ବଣ୍ତ ସମ୍ପର୍କିତ କୌଣସି ବି ତଥ୍ୟ ଲୁଚାଇ ଯାଇପାରିବ ନାହିଁ । ସମସ୍ତ ତଥ୍ୟ ତଥା ବଣ୍ତର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ,କ୍ରେତାଙ୍କ ନାଁ , ବଣ୍ତ ନମ୍ବର ଏବଂ କେଉଁ ଦଳକୁ କେତେ ଅର୍ଥ ମିଳିଛି ସେ ନେଇ ସମସ୍ତ ତଥ୍ୟ ସାର୍ବଜନୀନ କରିବା ପାଇଁ ପଡିବ । ହେଲେ ଏସବିଆଇ ଏହାକୁ ଉଲ୍ଲଂଘନ କରି ସମସ୍ତ ସୂଚନା ଦେଇ ନାହିଁ । ମାର୍ଚ୍ଚ ୧୧ ତାରିଖରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ସମସ୍ତ ତଥ୍ୟ ଦାଘଲ କରିବା ହେଲେ ଆଜି ଏହା ସ୍ପଷ୍ଟ ସୂଚନା ନ ମିଳିବାରୁ ପୁଣି କୋର୍ଟ ଏସବିଆଇ ଉପରେ ବର୍ଷିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+