୨୭ ଫେବୃଆରୀ ରାଜ୍ୟସଭା ନିର୍ବାଚନ: ଜାଣନ୍ତୁ କେଉଁଠି ଏବଂ କିପରି ହେବ ଭୋଟିଂ ?
Rajya Sabha Election 2024: ରାଜ୍ୟସଭାରେ 56 ଟି ଆସନ ପାଇଁ ମତଦାନ ମଙ୍ଗଳବାର ଅର୍ଥାତ୍ 27 ଫେବୃଆରୀରେ ଅନୁଷ୍ଠିତ ହେବା ପାଇଁ ଯାଉଛି । ଖାଲି ପଡିଥିବା 56ଟି ସିଟ୍ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । 15 ରାଜ୍ୟର 56 ସିଟ୍ ମଧ୍ୟରୁ ଓଡ଼ିଶାର 3ଟି ଆସନ ରହିଛି । ଫେବୃଆରୀ 27 ସକାଳ 9 ଟାରୁ 4 ଟା ପର୍ଯ୍ୟନ୍ତ ମତଦାନ ହେବ। ଭୋଟ୍ ଗଣନା ମଧ୍ୟ ଫେବୃଆରୀ 27 ରେ ଅପରାହ୍ନ 5 ଟାରେ ହେବ। ଫେବୃଆରୀ 29 ରେ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
ଉତ୍ତରପ୍ରଦେଶରୁ 10 ଟି ଆସନ, ମହାରାଷ୍ଟ୍ର ଏବଂ ବିହାରରୁ 6ଟି ଆସନ, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶରୁ 5ଟି ଆସନ, ଗୁଜରାଟ ଏବଂ କର୍ଣ୍ଣାଟକରୁ 4ଟି ଆସନ ଏବଂ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଏବଂ ଓଡିଶାର 3ଟି ଆସନ ଏବଂ ଉତ୍ତରପ୍ରଦେଶ, ଛତିଶଗଡ, ହରିୟାଣା ଏବଂ ହିମାଚଳ ପ୍ରଦେଶରୁ 1ଟି ସିଟରୁ ନିର୍ବାଚନ ହେବା ପାଇଁ ଯାଉଛି ।

ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ମଙ୍ଗଳବାର ଅର୍ଥାତ୍ 27 ଫେବୃଆରୀ ଦିନ ବିଧାନଭବନର ତିଲକ ହାଲ୍ ଏବଂ ରୁମ୍ ନମ୍ବର 80ରେ ମତାଦାନ ଅନୁଷ୍ଠିତ ହେବ । ନିର୍ବାଚନକୁ ଦୃଷ୍ଟିରେ ରଖି ରିଟର୍ଣ୍ଣିଂ ଅଫିସର ମତଦାନ ସ୍ଥାନରେ ମୋବାଇଲ୍ ଫୋନ୍ ନେବାକୁ ବାରଣ କରିଛନ୍ତି।












Click it and Unblock the Notifications