ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀ ବିଧାନସଭା ନିର୍ବାଚନ !
Delhi Election 2025 Date: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଜୋର ଧରିଛି ରାଜନୀତି । କେନ୍ଦ୍ରୀୟ ନିର୍ବାଚନ ଆୟୋଗ 7 କିମ୍ବା 8 ଜାନୁଆରୀରେ ଦିଲ୍ଲୀ ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ନିର୍ବାଚନ ହେବ ଏବଂ ଫଳାଫଳ 15 ଫେବୃଆରୀ ପରେ ଆସିବା ନେଇ ସୂଚନା ରହିଛି ।
ସୂଚନାନୁସାରେ, 11 ରୁ 13 ଫେବ୍ରୁଆରୀ ମଧ୍ୟରେ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଶେଷ ହେବ । ଭୋଟ୍ ଗଣନା 15 କିମ୍ବା 16 ଫେବ୍ରୁଆରୀରେ ହୋଇପାରେ । ଅର୍ଥାତ୍, ଗୋଟିଏ ପ୍ରକାରେ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ମଧ୍ୟ ଜାନୁଆରୀ 6 ସୁଦ୍ଧା ଦିଲ୍ଲୀରେ ନୂତନ ଭୋଟର ତାଲିକା ପ୍ରକାଶ କରିବେ। ଫେବୃଆରୀ ତୃତୀୟ ସପ୍ତାହ ସୁଦ୍ଧା ଦିଲ୍ଲୀରେ ନୂତନ ସରକାର ଗଠନ କରିବାର ସମ୍ଭାବନା ରହିଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଜିତିବା ଲକ୍ଷ୍ୟରେ ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ଜୋରଦାର କରୁଛି ପ୍ରଚାର । ଏଥି ସହିତ ସମସ୍ତ ଦଳ ମଧ୍ୟ ଜନତାଙ୍କୁ ବିଭିନ୍ନ ପ୍ରତିଶୃତି ଦେବା ଆରମ୍ଭ କରି ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ଗତ 27 ବର୍ଷର ମରୁଡ଼ିକୁ ଶେଷ କରିବାକୁ ଚେଷ୍ଟା କରୁଥିବାବେଳେ ଆମ୍ ଆଦମୀ ପାର୍ଟି ପୁଣିଥରେ ସତ୍ତା ଫେରି ପାଇବା ପାଇଁ ଜୋରଦାର ପ୍ରଚାର କରୁଛି ।












Click it and Unblock the Notifications