ଆସନ୍ତାକାଲି ୧୧ରାଜ୍ୟର ୩୩ ଆସନ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ
୧୧ଟି ରାଜ୍ୟର ୩୩ଟି ବିଧାନସଭା ଆସନ ଏବଂ କେରଳର ୱାୟନାଡ୍ ଲୋକସଭା ଆସନ ଉପନିର୍ବାଚନ ପାଇଁ ଆସନ୍ତାକାଲି ମତ ନିଆଯିବ । ବିଧାନସଭା ଆସନଗୁଡ଼ିକ ମଧ୍ୟରେ ରାଜସ୍ଥାନର ୭ଟି, ପଶ୍ଚିମବଙ୍ଗର ୬, ଆସାମର ୫, ବିହାରର ୪, କର୍ଣ୍ଣାଟକର ୩, ମଧ୍ୟପ୍ରଦେଶ ଏବଂ ସିକ୍କିମ୍ର ୨ଟି ଲେଖାଏଁ ଆସନ ରହିଛି ।

କେରଳ, ଛତିଶଗଡ଼, ଗୁଜରାଟ ଏବଂ ମେଘାଳୟର ଗୋଟିଏ ଲେଖାଏଁ ବିଧାନସଭା ଆସନ ପାଇଁ ଆସନ୍ତାକାଲି ମତ ନିଆଯିବ । ଅନ୍ୟ ପକ୍ଷରେ ମହାରାଷ୍ଟ୍ରର ନାନ୍ଦେଡ୍ ସଂସଦୀୟ କ୍ଷେତ୍ର ସମେତ ୧୫ଟି ବିଧାନସଭା ଆସନ ପାଇଁ ଆସନ୍ତା ୨୦ ତାରିଖରେ ମତନିଆଯିବ । ବିଧାନସଭା ଆସନ ଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର ୯ଟି, ପଞ୍ଜାବର ୪ଟି କେରଳ ଏବଂ ଉତ୍ତରାଖଣ୍ଡର ଗୋଟିଏ ଲେଖାଏଁ ଆସନ ରହିଛି । ଉଭୟ ପର୍ଯ୍ୟାୟର ଭୋଟ୍ ଗଣତି ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା କରାଯିବ ।












Click it and Unblock the Notifications