ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା; ବିଜେପି ପ୍ରାର୍ଥୀଙ୍କ ଆକ୍ରମଣ କଲେ ଟିଏମସି କର୍ମୀ

ପଶ୍ଚିମବଙ୍ଗର ଝାରଗ୍ରାମର ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁଙ୍କ ଏକ ଟିମ୍‌ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ସମୟରେ ପ୍ରବଳ ଆକ୍ରମଣର ଶିକାର ହୋଇଛନ୍ତି।

West Bengal

ବିଜେପି ଅଭିଯୋଗ କରିଛି ଯେ ଟୁଡୁ ରାଜ୍ୟର ପଶ୍ଚିମ ମିଦନାପୁର ଜିଲ୍ଲାର ଗରବେଟା ଅଞ୍ଚଳରେ ଥିବା ଏକ ମତଦାନ କେନ୍ଦ୍ରକୁ ଯାଉଥିବା ବେଳେ ସେଠାରେ ଭୋଟରମାନଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହେବା ପରେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀମାନେ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ।

ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଜେପି ପ୍ରାର୍ଥୀ, ତାଙ୍କ ସୁରକ୍ଷା କର୍ମୀ ଏବଂ ବିଭିନ୍ନ ଗଣମାଧ୍ୟମ ଟିମ୍‌ ଉପରେ ପଥର ମାଡ଼ ହୋଇଥିଲା। ଆକ୍ରମଣର ଶିକାର ହେବା ପରେ ତାଙ୍କ ସୁରକ୍ଷାକର୍ମୀମାନେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିଥିଲେ। ଏହି ଘଟଣାରେ ବିଜେପି ନେତାଙ୍କ କାର୍‌ ମଧ୍ୟ ଭଙ୍ଗାରୁଜା ହୋଇଛି।

ଅନ୍ୟପକ୍ଷରେ ବିଜେପିର ଅଭିଯୋଗକୁ ଖଣ୍ଡନ କରି ଟିଏମସି ଅଭିଯୋଗ କରିଛି ଯେ, ଗରବେଟାଠାରେ ମତଦାନ କେନ୍ଦ୍ର ବାହାରେ ଭୋଟ୍‌ ଦେବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ଜଣେ ମହିଳାଙ୍କୁ ଟୁଡୁଙ୍କ ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ।

ବିଜେପିର ନାରୀ-ବିଦ୍ୱେଶୀ ଆନ୍ଦୋଳନ ଏବେ କେବଳ ଶବ୍ଦରେ ସୀମିତ ନାହିଁ। ଯାହା ଏବେ ସେମାନଙ୍କ କାର୍ଯ୍ୟରେ ସ୍ପଷ୍ଟ ହୋଇଛି। କେନ୍ଦ୍ରୀୟ ବାହିନୀ ମହିଳାଙ୍କ ନମ୍ରତାକୁ ଉଲ୍ଲଂଘନ କରିବା ଠାରୁ ଆରମ୍ଭ କରି ବିଜେପି ସାଂସଦ ପ୍ରାର୍ଥୀ ପ୍ରଣତ ଟୁଡୁଙ୍କ ସୁରକ୍ଷା କର୍ମୀମାନେ ମତଦାନ ପାଇଁ ଅପେକ୍ଷା କରିଥିବା ଜଣେ ମହିଳାଙ୍କୁ ଶାରୀରିକ ନିର୍ଯାତନା ଦେବା ପର୍ଯ୍ୟନ୍ତ ବଙ୍ଗଳାର ମା' ଓ ଭଉଣୀଙ୍କ ଉପରେ ଆକ୍ରମଣ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି।

ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଓ ପୁରୁଲିଆ ଜିଲ୍ଲା ଅନ୍ତର୍ଗତ ଝାରଗ୍ରାମ ସଂରକ୍ଷିତ ସଂସଦୀୟ କ୍ଷେତ୍ରରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+