ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ବିଜେପି ନେତାଙ୍କୁ ହତ୍ୟା
ଥମୁନି ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା। ଏଠାକାର ନଦିଆରେ ଜଣେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ କର୍ମୀ ଜଣକ ହଫିଜୁଲ ଶେଖ୍ ବୋଲି ପରିଚୟ ମିଳିଛି। ସେ ନିକଟରେ ବିଜେପିରେ ସାମିଲ ହୋଇଥିଲେ।

ପୁଲିସ ସୂଚନା ମୁତାବକ, ଶନିବାର ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ସନ୍ଧ୍ୟାରେ ହଫିଜୁଲ ଶେଖ ଚା' ଦୋକାନରେ ବସିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୁଣ୍ଡରେ ଗୁଳି ବାଜିଛି।
ନିକଟରେ ସେ ବିଜେପିରେ ସାମିଲ ହୋଇଥିବା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ପୀଡିତ ବିଜେପି କର୍ମୀଙ୍କ ପରିବାର ଲୋକେ ଦାବି କରିଛନ୍ତି। ପୁଲିସ କହିଛି ଯେ ଉଭୟ ଅଭିଯୁକ୍ତ ଏବଂ ପୀଡିତଙ୍କ ଅପରାଧିକ ରେକର୍ଡ ରହିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ। ତେବେ ଅଭିଯୁକ୍ତ ଜଣକ କିଏ ସେ ନେଇ ପୁଲିସ ଖୁଲାସା କରିନି।












Click it and Unblock the Notifications