ପାକିସ୍ତାନରେ ନିର୍ବାଚନୀ ହିଂସା, ବିସ୍ଫୋରଣ ୨୬ ମୃତ
କାଲି ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ଆଜି ନିର୍ବାଚନ ପୂର୍ବରୁ ହିଂସା ଦେଖିବାକୁ ମିଳିଛି । ପାକିସ୍ତାନରେ ବୋମା ବିସ୍ପୋରଣରେ 26 ଜଣଙ୍କର ମୃତ୍ୟୁ ହୋଇଛି । ଫେବୃଆରୀ 8 ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ପାକିସ୍ତାନରେ ଏକ ବଡ ବୋମା ବିସ୍ଫୋରଣ ଘଟିଛି। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବାଲୁଚିସ୍ତାନରେ ଏକ ବିସ୍ଫୋରଣ ହୋଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ବାଲୁଚିସ୍ତାନରେ ଏକ ରାଜନୈତିକ ଦଳର କାର୍ଯ୍ୟାଳୟକୁ ଟାର୍ଗେଟ କରାଯାଇଛି । ଏଥିରେ 26 ଜଣଙ୍କର ମୃତ୍ୟୁ ଖବର ଅଛି |

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲରେ ଥିବା ବେଳେ ବାରମ୍ବାର ଦେଶରେ ଆତଙ୍କବାଦୀ ହମଲା ହୋଇ ଚାଲିଛି। ଏସବୁ ଭିତରେ ଆସନ୍ତାକାଲି ପାକିସ୍ତାନବାସୀ ଭୋଟ ଦେବାକୁ ଯାଉଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପିଶଇନ ଜିଲ୍ଲାରୁ ନିର୍ବାଚନ ଲଢ଼ୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ଅଫିସ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ଏଥିରେ 26 ଜଣ ପ୍ରାଣ ହରାଇଥିଲେ। ସେହିପରି ଦ୍ୱିତୀୟ ବିସ୍ଫୋରଣଟି ଆଫଗାନିସ୍ତାନ ସୀମାକୁ ଲାଗିଥିବା କିଲ୍ଲା ସୈଫୁଲ୍ଲା ସହରରେ ହୋଇଛି। ଜେୟୁଆଇର ଗୋଟିଏ ଅଫିସକୁ ଟାର୍ଗେଟ କରି ହୋଇଥିବା ବିସ୍ଫୋରଣରେ 10 ଜଣଙ୍କ ମୃତ୍ୟୁ ହୋଇଛି ।
ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏକାଧିକ କାର ଓ ବାଇକ ମଧ୍ୟ ଛିନଛତ୍ର ହୋଇଯାଇଛି।












Click it and Unblock the Notifications