Get Updates
Get notified of breaking news, exclusive insights, and must-see stories!

ଆଜି ଲୋକସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ; ମୁହାଁମୁହିଁ ହେବେ ଓମ୍ ବିର୍ଲା ଓ କେ ସୁରେଶ

ନୂଆଦିଲ୍ଲୀ: ଭାରତର ସଂସଦୀୟ ଗଣତନ୍ତ୍ର ଇତିହାସରେ ଚତୁର୍ଥ ଥର ପାଇଁ ଲୋକସଭା ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ବାଚସ୍ପତି ପଦ ପାଇଁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କ ମଧ୍ୟରେ ଆସନ୍ତାକାଲି ଲଢ଼େଇ ହେବ। ବୁଧବାର ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ଏହି ନିର୍ବାଚନରେ ରାଜସ୍ଥାନର କୋଟାରୁ ତିନି ଥର ସାଂସଦ ହୋଇଥିବା ବିଜେପି ପ୍ରାର୍ଥୀ ଓମ୍ ବିର୍ଲାଙ୍କ ସହ କେରଳର ମାଭେଲିକାରୁ ୮ ଥର ସାଂସଦ ଥିବା କଂଗ୍ରେସ ପ୍ରାର୍ଥୀ କୋଡିକୁନିଲ ସୁରେଶଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।

Speaker Election

୨୦୧୯ରେ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ସହମତି ଭିତ୍ତିରେ ଲୋକସଭା ବାଚସ୍ପତି ଚୟନ କରାଯାଇଥିଲା। ଏଥର ମଧ୍ୟ ସହମତି ଆଣିବା ଲାଗି ସମସ୍ତ ପ୍ରୟାସ କରାଯାଇଥିଲା। କିନ୍ତୁ କ୍ଷମତାସୀନ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବିରୋଧୀ ଦଳ କେତେକ ସର୍ତ୍ତ ଆରୋପ କରିବାରୁ ଦୁଇ ପକ୍ଷ ମଧ୍ୟରେ କଥାବାର୍ତ୍ତା ବିଫଳ ହୋଇଛି। ତେଣୁ ୪୮ ବର୍ଷ ପରେ ବାଚସ୍ପତି ନିର୍ବାଚନ ‌ହେବାକୁ ଯାଉଛି। ଶେଷ ଥର ଲାଗି ୧୯୭୬ରେ ନିର୍ବାଚନ ‌ହୋଇଥିଲା। ଏହାପର ଠାରୁ ସହମତି ଭିତ୍ତିରେ ବାଚସ୍ପତି ନିର୍ବାଚିତ ହୋଇ ଆସୁଥିଲେ।

ଏନ୍‌ଡିଏ ମେଣ୍ଟର ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିର୍ଲାଙ୍କ ବିଜୟ ସମ୍ଭାବନା ଅଧିକ। ଲୋକସଭା ବାଚସ୍ପତି ସାଧାରଣ ସଂଖ୍ୟାଗରିଷ୍ଠତା ଦ୍ୱାରା ନିର୍ବାଚିତ ହୁଅନ୍ତି ଏବଂ ଇଣ୍ଡି ମେଣ୍ଟର ୨୩୨ ଭୋଟ୍ ତୁଳନାରେ ଏନଡିଏ ମେଣ୍ଟର ୨୯୩ ଭୋଟ୍ ରହିଛି। ପ୍ରାର୍ଥିପତ୍ର ଦାଖଲ କରିବା ପରେ ସୁରେଶ କହିଛନ୍ତି, ସହମତି ହୋଇନପାରିବାରୁ ଏହି ନିର୍ବାଚନ ହେଉଛି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଉପବାଚସ୍ପତି ପଦ ବିରୋଧୀ ଦଳର ସଦସ୍ୟଙ୍କ ହାତକୁ ଯିବା ଉଚିତ ବୋଲି କହି ଏହାକୁ ଇଣ୍ଡି ମେଣ୍ଟ ସର୍ତ୍ତ ଭାବେ ଉପସ୍ଥାପନ କରିଥିଲା। ବିରୋଧୀ ଦଳମାନେ ସହମତି ବଦଳରେ ଲୋକସଭା ବାଚସ୍ପତି ନିର୍ବାଚନକୁ ସର୍ତ୍ତଭିତ୍ତିକ କରିବାକୁ ଚାହୁଥିଲେ। ଏହା ଗ୍ରହଣୀୟ ନଥିଲା ବୋଲି ସେ କହିଛନ୍ତି।

ଇତିମଧ୍ୟରେ କଂଗ୍ରେସ ଏବଂ ବିଜେପି ପକ୍ଷରୁ ସେମାନଙ୍କ ସାଂସଦମାନଙ୍କୁ ଆସନ୍ତାକାଲି (ବୁଧବାର) ଲୋକସଭାରେ ଉପସ୍ଥିତ ରହିବା ପାଇଁ ହ୍ବିପ୍‌ ଜାରି କରାଯାଇଛି। ଏନ୍‌ଡିଏର ଦୁଇ ପ୍ରମୁଖ ସହଯୋଗୀ ଜେଡିୟୁ ଏବଂ ଟିଡିପି ଓମ୍‌ ବିର୍ଲାଙ୍କ ପ୍ରାର୍ଥିତ୍ବକୁ ଦୃଢ଼ ସମର୍ଥନ କରିଥିବାରୁ ବିର୍ଲା ପୁଣି ଥରେ ବାଚସ୍ପତି ନିର୍ବାଚିତ ହେବା ନିଶ୍ଚିତ ବୋଲି କୁହାଯାଉଛି। ୱ‌ାଇଏସଆର କଂଗ୍ରେସ ମଧ୍ୟ ଓମ୍ ବିର୍ଲାଙ୍କୁ ସମର୍ଥନ କରିବ ବୋଲି ଇତିମଧ୍ୟରେ ଘୋଷଣା କରିଛି। ଦଳର ୪ ଜଣ ସଭ୍ୟ ଅଛନ୍ତି।

ସୂଚନାଯୋଗ୍ୟ ଯେ ବାଚସ୍ପତି ପଦ ପାଇଁ ସହମତି ସୃଷ୍ଟି ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କୁ ଦାୟିତ୍ୱ ଦିଆଯାଇଥିଲା। ରାଜନାଥ ଏବଂ ରିଜିଜୁ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଇଣ୍ଡି ମେଣ୍ଟର ବିଭିନ୍ନ ନେତାଙ୍କୁ ଭେଟିଥିଲେ। ବାଚସ୍ପତିଙ୍କୁ ସମର୍ଥନ ବଦଳରେ ଉପବାଚସ୍ପତି ପଦ ପାଇବା ପାଇଁ ଇଣ୍ଡି ମେଣ୍ଟ ନେତାମାନେ ସର୍ତ୍ତ ରଖିବାରୁ ଆଲୋଚନା ବିଫଳ ହୋଇଥିଲା। ସନ୍ତୁଳିତ ଗୃହ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବରେ ବିରୋଧୀ ସାଂସଦଙ୍କ ପାଇଁ ଉପବାଚସ୍ପତି ପଦ ରହିବା ଜରୁରୀ ବୋଲି ବିରୋଧୀ ଦଳ ନେତାମାନେ କହିଥିଲେ। ସୂଚନାଯୋଗ୍ୟ ଯେ ଦ୍ୱିତୀୟ ମୋଦୀ ସରକାର (୨୦୧୯-୨୦୨୪)ରେ ଏହି ପଦବି ପୂରଣ ହୋଇନଥିଲା। କିନ୍ତୁ ପ୍ରଥମ (୨୦୧୪-୨୦୧୯) ପାଳିରେ ଶାସକ ବିଜେପିର ତତ୍କାଳୀନ ସହଯୋଗୀଙ୍କୁ ଏହି ପଦ ମିଳିଥିଲା ଏବଂ ଏଆଇଏଡିଏମ୍‌କେର ଏମ୍ ଥାମ୍ବିଦୁରାଇ ଏହି ପଦରେ ଥିଲେ। ବାଚସ୍ପତି ନିର୍ବାଚନକୁ ନେଇ ଇଣ୍ଡି ମେଣ୍ଟରେ ଫାଟ ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ବାଚସ୍ପତି ପଦ ପାଇଁ କେ ସୁରେଶଙ୍କୁ ବିରୋଧୀ ଦଳର ପ୍ରାର୍ଥୀ ଭାବେ ମନୋନୀତ କରିବା ପୂର୍ବରୁ ତାଙ୍କ ଦଳ ସହ କଂଗ୍ରେସ ପରାମର୍ଶ କରିନଥିଲା। କଂଗ୍ରେସ ଟିଏମ୍‌ସି ସହ କୌଣସି ଯୋଗାଯୋଗ କରିନଥିଲା କିମ୍ବା ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇନଥିଲା। ଦୁର୍ଭାଗ୍ୟବଶତଃ ଏହା କଂଗ୍ରେସ ଦଳର ଏକତରଫା ନିଷ୍ପତ୍ତି ବୋଲି ସଂସଦ ବାହାରେ ଅଭିଷେକ ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି। ତେବେ ମତଦାନ ବେଳେ ଆସନ୍ତାକାଲି ଟିଏମ୍‌ସିର ଆଭିମୁଖ୍ୟ କ'ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+