ନିର୍ବାଚନ କମିଶନରଙ୍କ ବଡ ନିର୍ଦ୍ଦେଶ , ପିଲାଙ୍କୁ ପ୍ରଚାରରୁ ଦୂରେଇ ରଖନ୍ତୁ
ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ ଏଣିକି ଆଉ ପ୍ରଚାରରେ ମିଲାଙ୍କୁ କରିପାରିବେ ନାହିଁ ସାମିଲ । ଲୋକସଭା ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଏକ ବଡ଼ ଝଟକା ଦେଇଛି । ନିର୍ବାଚନ ପ୍ରକ୍ରିୟା ସମୟରେ ପିଲାମାନଙ୍କୁ ବ୍ୟବହାର ନକରିବାକୁ ଦଳ ଏବଂ ପ୍ରାର୍ଥୀଙ୍କୁ ଅନୁରୋଧ କରି ଆୟୋଗ କଡା ନିର୍ଦ୍ଦେଶ ଦେଇଛନ୍ତି । ଦଳମାନଙ୍କୁ ପଠାଯାଇଥିବା ଏକ ପରାମର୍ଶରେ ନିର୍ବାଚନ ଆୟୋଗ ପ୍ୟାନେଲ କହିଛନ୍ତି ଯେ ଦଳ ତଥା ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ସମୟରେ ଯେକୌଣସି ପ୍ରକାରେ ପିଲାଙ୍କ ବ୍ୟବହାର ପ୍ରତି ଶୂନ୍ୟ ସହନଶୀଳତା ରହିବା ଆବଶ୍ୟକ ।

ସାଧାରଣ ନିର୍ବାଚନରେ ପ୍ରଚାର ପତ୍ର ବାଣ୍ଟୁଥିବା, ପୋଷ୍ଟର ଲଗାଉଥିବା, ନାରା ଦେଉଥିବା କିମ୍ବା ଦଳୀୟ ପତକା ଧରି ଚାଲୁଥିବା ଛୋଟ ପିଲା କିମ୍ବା ନାବାଳକମାନେ ଯେପରି ଦେଖାଯିବେ ନାହିଁ ସେଥିପାଇଁ ଇସି କଡା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚାର ବେଳେ ପିଲାଙ୍କ ହାତରେ କୌଣସ ଦଳୀୟ ପତାକା ଦିଆଯିବ ନାହିଁ। ପୋଷ୍ଟର ଲଗାଇବା ତଥା ପାମ୍ପ୍ଲେଟ ବାଣ୍ଟିବା, ନିର୍ବାଚନ ରାଲି, ଗୀତ, କବିତା ପାଠ, ନାରା ଦେଉଥିବା, ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ଧରିଥିବା ତଥା ବୈଠକ ଆଦିରେ ପିଲାଙ୍କ ବ୍ୟବହାର ଉପରେ ଇସି ରୋକ ଲଗାଇଛନ୍ତି।












Click it and Unblock the Notifications