ବିବାଦୀୟ ବୟାନ ଦେବା ପଡ଼ିଲା ମହଙ୍ଗା, ଏହି ନେତାଙ୍କୁ ନିର୍ବାଚନ ଆୟୋଗ ପଠାଇଲା ନୋଟିସ

ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସୁପ୍ରିୟା ଶ୍ରୀନେତ୍ ଏବଂ ବିଜେପିର ଦିଲୀପ ଘୋଷଙ୍କୁ ନୋଟିସ୍ ଜାରି କରି ତାଙ୍କର ଜବାବ୍ ମାଗିଛନ୍ତି । କେନ୍ଦ୍ରୀୟ ନିର୍ବାଚନ ଆୟୋଗ କଙ୍ଗନା ରାନାୱତଙ୍କ ବିଷୟରେ ବିବାୀୟ ପୋଷ୍ଟ ଉପରେ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ । ଗୁରୁବାର (୨୮ ଫେବୃଆରୀ) ଅପରାହ୍ନ ୫ ଟା ସୁଦ୍ଧା ଉତ୍ତର ଆୟୋଗକୁ ଉତ୍ତର ଦେବାକୁ କୁହାଯାଇଛି ।

ମମତା ବାନାର୍ଜୀଙ୍କ ଉପରେ ଦେଇଥିବା ବୟାନ ପାଇଁ ପଶ୍ଚିମବଙ୍ଗର ବିଜେପି ନେତା ଦିଲୀପ ଘୋଷଙ୍କୁ ନୋଟିସ ପଠାଇଛି ନିର୍ବାଚନ ଆୟୋଗ । ଟିଏମସି ପକ୍ଷରୁ ନିର୍ବାଚନ ଆୟୋଗରେ ଦିଲୀପ ଘୋଷଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା ଏବଂ ସେ ମଡେଲ ଆଚରଣ ସଂହିତା (ଏମସିସି) ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା ।

ଟିଏମସି ଅଭିଯୋଗ କରିଛି ଯେ ପଶ୍ଚିମବଙ୍ଗର ପୂର୍ବତନ ବିଜେପି ସଭାପତି ଦିଲୀପ ଘୋଷ ଟିଏମସିର ନିର୍ବାଚନ ସ୍ଲୋଗାନ ବଙ୍ଗଳା ନିଜର ମେଏକେ ଚାଇ (ବଙ୍ଗଳା ତାଙ୍କ ଝିଅ ଚାହୁଁଛନ୍ତି) କହି ପରିହାସ କରିଛନ୍ତି । ଟିଏମସି ଅଭିଯୋଗ କରିଛି ଯେ ଦିଲୀପ ଘୋଷ କହିଛନ୍ତି, "ଯେତେବେଳେ ସେ (ମମତା ବାନାର୍ଜୀ) ଗୋଆକୁ ଯାଆନ୍ତି, ସେତେବେଳେ ସେ କୁହନ୍ତି ଯେ ସେ ଗୋଆର ଝିିଅ । ତ୍ରିପୁରାରେ ସେ କହିଛନ୍ତି ଯେ ସେ ତ୍ରିପୁରାର ଝଅ ।

dilip ghosh amp amp supriya shrinet

ଅନ୍ୟପଟେ ସୁପ୍ରିୟା ଶ୍ରୀନେତ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିଷୟରେ (ମାର୍ଚ୍ଚ ୨୫, ୨୦୨୪) ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଯାହା ପରେ ସେ ବିଜେପିର ଟାର୍ଗେଟରେ ଆସିଥିଲେ । ଏହା ପରେ, ଯେତେବେଳେ ବିବାଦ ଉଗ୍ର ରୂପ ନେଇଥିଲା, ସେତେବେଳେ ସୁପ୍ରିୟା ଶ୍ରୀନେତ ମଧ୍ୟ ସେହି ପୋଷ୍ଟକୁ ଡିଲିଟ କରିଥିଲେ ।

ହିମାଚଳ ପ୍ରଦେଶର ମାଣ୍ଡି ଆସନରୁ କଙ୍ଗନା ରାନାୱତଙ୍କୁ ବିଜେପି ଟିକେଟ ଦେଇଛି । ଶ୍ରିନେତ୍ ଟିକେଟ ବିଷୟରେ ପୋଷ୍ଟ କରିଥିଲେ, ଆଉ ତାଙ୍କ ବିବାଦୀୟ ପୋଷ୍ଟ ପରେ ସୋସିଆଲ ମିଡ଼ିଆ ଟ୍ରୋଲର ମାନେ ସୁପ୍ରିୟା ଶ୍ରୀନେତ୍ ଏବଂ କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ , ସୁପ୍ରିୟା ଶ୍ରୀନେତ୍‌ ଦାବି କରିଛନ୍ତି ଯେ କେହି ତାଙ୍କ ଏକ୍ସ ହ୍ୟାଣ୍ଡେଲକୁ ହ୍ୟାକ୍ କରିଛନ୍ତି ।

ଆଉ ଶ୍ରୀନେତ୍‌ଙ୍କ ପୋଷ୍ଟ ପରେ ନିର୍ବାଚନ ଆୟୋଗ ଏକ ନୋଟିସ ପଠାଇ ଏ ସମ୍ପର୍କରେ ସୁପ୍ରିୟା ଶ୍ରୀନେତଙ୍କ ବିରୋଧରେ ଆଚରଣ ବିଧି ମାମଲାରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଉତ୍ତର ମାଗିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+