ଟଙ୍କା ଜବତରେ ରେକର୍ଡ କଲା ନିର୍ବାଚନ କମିଶନ, ଏପର୍ଯ୍ୟନ୍ତ ଜବତ ହେଲାଣି ୪ ହଜାର ୫୬୦ କୋଟି ଟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ ତାରିଖରୁୂ ହେବ ମତଦାନ । ହେଲେ ତା ପୂର୍ବରୁ ହଜାର ହଜାର କୋଟି ଟଙ୍କା ଜବତ କଲେଣଇ ନିର୍ବାଚନ କମିଶନ । ସୋମବାର ଇସି ଦେଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ର୍ଯ୍ୟନ୍ତ ୪,୫୬୦ କୋଟି ଟଙ୍କା ଜବତ କରାଯାଇ ସାରିଲାଣି । ଏହା ୨୦୧୯ ନିର୍ବାଚନରେ ହୋଇଥିବା ସମୁଦାୟ ଆଦାୟ ଠାରୁ ଅଧିକ । ପୂର୍ବରୁ କେବେ ବି ଏତେ ଟଙ୍କା ଜବତ ହୋଇନଥିଲା । କମିସନ କେବଳ ନଗଦ ଟଙ୍କା ଜବତ କରୁନାହାନ୍ତି, ବରଂ ମଦ, ଅନ୍ୟାନ୍ୟ ମାଗଣା ବଣ୍ଟନ ସାମଗ୍ରୀ ଆଦିକୁ ମଧ୍ୟ ଜବତ କରୁଛନ୍ତି ।

ନିର୍ବାଚନ କମିଶନ୍ ସୂଚନା ଦେଇଛନ୍ତି ଯେ, ମାର୍ଚ୍ଚ ୧ ତାରିଖରୁ ବର୍ତମାନ ସୁଦ୍ଧା ୪ହଜାର ୬୫୦ କୋଟି ଜବତ କରାଯାଇଛି । ନିର୍ବାଚନ ସମୟରେ ଧନବଳର ପ୍ରଭାବ ରୋକିବାକୁ ମାର୍ଚ୍ଚ ୧ ତାରିଖରୁ ଚଢାଉ ଜାରି ରହିଛି । ପ୍ରତିଦିନ ୧୦୦ କୋଟିରୁ ଅଧିକ ଟଙ୍କା ଜବତ ବି ହେଉଛି । ପ୍ରବର୍ତନ ଅଧିକାରୀ, ଫ୍ଲାଇଂ ସ୍କ୍ୱାର୍ଡ, ଷ୍ଟାଟିଷ୍ଟିକ୍ ସର୍ଭେଲାନ୍ସ ଟିମ୍ ପ୍ରତିଦିନ ଏଥିପାଇଁ କାମ କରୁଛନ୍ତି ।

eci

ପ୍ରତି ଚେକ୍ ପୋଷ୍ଟରେ ଚେକିଂ ହେଉଛି । ତେବେ ୪୪ ଦିନରେ ୪୬କୋଟିରୁ ଅଧିକ ଟଙ୍କା ଜବତ ହେବା ୨୦୧୯ ନିର୍ବାଚନବେଳେ ଜବତ ହୋଇଥିବା ଟଙ୍କା ଠାରୁ ଢେର ଅଧିକ ବୋଲି ନିର୍ବାଚନ କମିଶନ୍ କହିଛନ୍ତି । ଏଥିରେ ୩୯୫ କୋଟି ଟଙ୍କାର ନଗଦ, ୪୮୯ କୋଟିରୁ ଉର୍ଦ୍ଧ୍ୱ ମଦ ଓ ୨୦୬୯ କୋଟି ମୂଲ୍ୟର ମାଦକ ପଦାର୍ଥ ଜବତ ହୋଇଛି । ୭୫ ବର୍ଷ ମଧ୍ୟରେ ଏହା ରେକର୍ଡ । ୨୦୧୯ରେ ୩୪୭୫ କୋଟି ଜବତ ହୋଇଥିଲା । ୨୦୨୪ ଏବେ ଏହି ରେକର୍ଡ ଭାଙ୍ଗି ଦେଇଛି । ମାଦକ ଦ୍ରବ୍ୟ ବାବଦକୁ ଅଧିକ ଅର୍ଥ ଜବତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+