ଭୋଟ ଗଣତି ପୂର୍ବରୁ ସିଇସିଙ୍କ ପ୍ରତିକ୍ରିୟା, କହିଲେ ଏତେ ଖରାରେ ନିର୍ବାଚନ କରିବା ଉଚିତ ନଥିଲା
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ତାରିଖରେ ଲୋକସଭା ନିର୍ବାଚନର ସାତଟି ପର୍ଯ୍ୟାୟ ଭୋଟ୍ ଶେଷ ହେବା ପରେ ଭୋଟ୍ ଗଣନା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ଶେଷ ହୋଇସାରିଛି । ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରିଭାରତରେ ହୋଇଥିବା ମତଦାନ ବିଷୟରେ ଆଲୋଚନା କରିଥିଲେ । ।
ଅଖିଳେଶ ଯାଦବ ୭ମେ' ୨୦୨୪ରେ ସାଇଫାଇରେ ଭୋଟ ଦେବା ସମୟରେ କହିଥିଲେ ଯେ ବିଜେପି ଲୋକମାନେ ଜାଣିଶୁଣି ଗ୍ରୀଷ୍ମ ଋତୁରେ ଲୋକଙ୍କୁ ଭୋଟ ଦିଅନ୍ତି । ଗ୍ରୀଷ୍ମ ଋତୁରେ ହେଉଥିବା ଭୋଟ ଏକ ମାସ ପୂର୍ବରୁ ମଧ୍ୟ ହୋଇପାରି ଥାଆନ୍ତା । ଏଭଳି ପରିସ୍ଥିତିରେ ଉତ୍ତାପର ପ୍ରଭାବ ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଏକ ବଡ଼ ବୟାନ ଦେଇଛନ୍ତି । ସିଇସି ରାଜୀବ କୁମାର କହିଛନ୍ତି ଯେ, ଆମକୁ ଏକ ମାସ ପୂର୍ବରୁ ନିର୍ବାଚନ ସମାପ୍ତ କରିବାର ଥିଲା । ଏଭଳି ପ୍ରଚଣ୍ଡ ଖରାରେ ନିର୍ବାଚନ କରିବା ଉଚିତ ନଥିଲା । ଏଇଟା ଆମର ବଡ଼ ଶିକ୍ଷା ।

ସେ ଭୋଟରଙ୍କୁ ଅଭିବାଦନ ଜଣାଇ କହିଛନ୍ତି,' ଚଳିତଥର ଭାରତରେ ୬୪.୨କୋଟି ଲୋକ ଭୋଟ୍ ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ଏତେ ପରିମାଣରେ ଭୋଟିଂ ବିଶ୍ୱର କୌଣସି ସ୍ଥାନରେ ଘଟିନାହିଁ ।ଆମେ ୬୪.୨ କୋଟି ଭୋଟରଙ୍କ ମତଦାନକୁ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛୁ । ଏହି ସଂଖ୍ୟା ସମସ୍ତ ଜି୭ ଦେଶର ଭୋଟରଙ୍କ ତୁଳନାରେ ୧.୫ ଗୁଣ ଏବଂ ୟୁରୋପୀୟ ସଂଘର ୨୭ଟିଦେଶର ଭୋଟରଙ୍କ ତୁଳନାରେ ୨.୫ ଗୁଣ ଅଧିକ ରହିଛି ।












Click it and Unblock the Notifications