ଇ.ସି.ଆଇ. ନେଟ୍ ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ କଲେ ଭାରତୀୟ ନିର୍ବାଚନ ଆୟୋଗ
ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଇ.ସି.ଆଇ ନେଟ୍ ଡିଜିଟାଲ ପ୍ଲାଟଫର୍ମ ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ଚାଲିଥିବା ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ଆଧାରିତ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀର ଦ୍ବିତୀୟ ଦିବସ ଅବସରରେ ଆଜି ଏହାର ଶୁଭାରମ୍ଭ ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଓ ଡକ୍ଟର ବିବେକ ଯୋଶୀ ଏହାର ଶୁଭାରମ୍ଭ କରିଛନ୍ତି।
୪୦ରୁ ଅଧିକ ଆପ୍ ଏବଂ ୱେବ୍ ପୋର୍ଟାଲକୁ ଏକୀକୃତ କରାଯାଇଛି ଏହି ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଶ୍ରୀ କୁମାର କହିଛନ୍ତି, ନିର୍ବାଚନ ପ୍ରକ୍ରିୟାରେ ନାଗରିକଙ୍କ ଅଂଶଗ୍ରହଣକୁ ଏହି ପ୍ଲାଟଫର୍ମ ଅଧିକ ସୁବ୍ୟବସ୍ଥିତ କରିପାରିବ। ଭୋଟର, ପ୍ରାର୍ଥୀ, ରାଜନୈତିକ ଦଳ ଏବଂ ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ସହିତ ଏହି ପ୍ଲାଟଫର୍ମ ସମସ୍ତ ପ୍ରକାର ପ୍ରମୁଖ ନିର୍ବାଚନ ଆଧାରିତ ସେବାକୁ ଯୋଗାଇ ଦେବାରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ କୁମାର ଆଶାବ୍ୟକ୍ତ କରିଛନ୍ତି। ପ୍ଲାଟଫର୍ମଟି ଇଂରାଜୀ ସହିତ ୨୨ଟି ଭାରତୀୟ ଭାଷାରେ ବିକଶିତ କରାଯାଇଛି ।

ବିଭିନ୍ନ ଦେଶର ପ୍ରତିନିଧ ମଣ୍ଡଳୀଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର ଦ୍ଵିପାକ୍ଷିକ ଆଲୋଚନା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ପରେ ଆକାଶବାଣୀ ସମ୍ବାଦ ବିଭାଗ ସହ ଆଲୋଚନାବେଳେ ବ୍ରିଟେନ୍ର ନିର୍ବାଚନ କମିଶନର କାରୋଲ୍ ମିଲ୍ସ କହିଛନ୍ତି, ଭାରତର ନିର୍ବାଚନ ପ୍ରକ୍ରିୟା ଏବଂ ଇ.ସି. ଆଇ. ନେଟ୍ ଡିଜିଟାଲ ପ୍ଲାଟଫର୍ମ ଉପରେ ଆଲୋଚନା ହୋଇଛି। ଏହି ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆସନ୍ତାକାଲି ଉଦ୍ଯାପିତ ହେବ।












Click it and Unblock the Notifications