ନିର୍ବାଚନ କମିସନଙ୍କ ବଡ଼ ଆକ୍ସନ, ରଦ୍ଧ କଲେ ୩୩୪ଟି ଦଳର ପଂଜୀକରଣ
ନିର୍ବାଚନ କମିଶନ ଶନିବାର ଏକ ବଡ଼ ପଦକ୍ଷେପ ନେଇ 334ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅର୍ଥାତ୍ RUPPର ପଞ୍ଜିକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ 2019 ପରଠାରୁ ଗୋଟିଏ ବି ନିର୍ବାଚନ ଲଢ଼ି ନଥିଲେ ଏବଂ ସେମାନଙ୍କ କାର୍ଯ୍ୟାଳୟର କୌଣସି ଠିକଣା ମଧ୍ୟ ମିଳିପାରିଲା ନାହିଁ। ଏହି କାରଣ ପାଇଁ ଏହି ଦଳଗୁଡ଼ିକ ଏକ ପଞ୍ଜିକୃତ ଅଣପଞ୍ଜିକୃତ ରାଜନୈତିକ ଦଳ ଭାବରେ ରହିବା ପାଇଁ ବାଧ୍ୟତାମୂଳକ ସର୍ତ୍ତାବଳୀ ପୂରଣ କରି ନଥିଲେ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କମିଶନଙ୍କ ଏହି ପଦକ୍ଷେପକୁ ରାଜନୈତିକ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

ଆରୟୁପିପିର ଅର୍ଥ ହେଉଛି ଯେଉଁ ଦଳଗୁ଼ଡ଼ିକ ନିର୍ବାଚନ କମିସନଙ୍କ ନିକଟରେ ପଂଜକୃତ ହୋଇଛନ୍ତି ମାତ୍ର ସେଗୁଡ଼ିକୁ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ମାନ୍ୟତା ମିଳିନାହିଁ । ଏହି ଦଳଗୁଡ଼ିକ ଭାରତୀୟ ଜନପ୍ରତିନିଧି ଆଇନ ୧୯୫୧ ଅନୁସାରେ ପଂଜିକୃତ ହୋଇଥାନ୍ତି । ରାଜନୈତିକ ଦଳଭାବେ ପଂଜୀକରଣ କରିବାପରେ କେତେକ ଟିକସ ରିହାତି ମିଳୁଥିବାରୁ ଏପରି ଦଳଙ୍କ ସଂଖ୍ୟା ବଢିଚାଲିଛି । ଫଳରେ କମିସନ ଏମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି ଓ ଆବଶ୍ୟକ ପଡ଼ିଲେ ପଂଜୀକରଣ ରଦ୍ଦ କରୁଛନ୍ତି ।












Click it and Unblock the Notifications