ବିଜେପି-କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ୍
ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ନିର୍ବାଚନ ଆୟୋଗ ଉଭୟ ବିଜେପି ଓ କଂଗ୍ରେସକୁ ପୃଥକ ପୃଥକ ନୋଟିସ୍ ଜାରି କରିଛନ୍ତି । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରକ୍ରିୟାରେ ବିଜେପି ଓ କଂଗ୍ରେସର ଷ୍ଟାର୍ ପ୍ରଚାରକମାନେ ଏହି ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ସମ୍ପର୍କରେ ପରସ୍ପର ବିରୋଧରେ କରିଥିବା ଅଭିଯୋଗ ଆଧାରରେ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି ।

ଆୟୋଗଙ୍କ ପକ୍ଷରୁ ବିଜେପି ସଭାପତି ଜେ.ପି. ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଆଜି ଦୁଇଟି ପୃଥକ ନୋଟିସ୍ ଜାରି କରାଯାଇ ଆସନ୍ତା ସୋମବାର ଅପରାହ୍ଣ ଗୋଟାଏ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ମେ ୨୨ ତାରିଖ ଦିନ ଲୋକସଭା ନିର୍ବାଚନ ଅବସରରେ ଜାରି କରାଯାଇଥିବା ପରାମର୍ଶ ଆଧାରରେ ନିର୍ବାଚନ ପ୍ରଚାର କରିବା ଲାଗି ଆୟୋଗ ଉଭୟ ଦଳଙ୍କୁ କହିଛନ୍ତି ।












Click it and Unblock the Notifications