ଆତୀଶଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ, ଏପ୍ରିଲ ୮ ସୁଦ୍ଧା ଜବାବ ନିର୍ଦ୍ଦେଶ

ଆପ ନେତ୍ରୀ ଅତିଶଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ । ବଢ଼ିଲା ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତୀଶଙ୍କ ଅଡୁଆ। 'ସେ କହିଥିଲେ ଯେ ଜଣେ ବିଜେପି ନେତା ତାଙ୍କ ନିକଟତର ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଛନ୍ତି। ତାଙ୍କୁ କୁହାଯାଇଛି ଯେ ଯଦି ଅତିଶୀ ତାଙ୍କ କ୍ୟାରିୟର ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ସେ ଶୀଘ୍ର ବିଜେପିରେ ଯୋଗଦେବା ଉଚିତ୍। । ତାଙ୍କର ଏହି ବୟାନକୁ ନେଇ ଏବେ ନିର୍ବାଚନ କମିଶନର ତାଙ୍କୁ ନୋଟିସ ଜାରି କରିଛନ୍ତି। ବିଜେପିର ଅଭିଯୋଗ ପରେ ଏହି ନୋଟିସ ଜାରି କରାଯାଇଛି।

Election Commission notice

ନିର୍ବାଚନ ଆୟୋଗଙ୍କ ମୁତାବକ, ଏପ୍ରିଲ ୪ ତାରିଖରେ ଆତୀଶଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲା। ସେ ବିଜେପି ବିରୋଧରେ ମିଥ୍ୟା ବୟାନ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଆତୀଶିଙ୍କୁ ନୋଟିସ ଜାରି କରାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ରୂପେ ଏହାର ଜବାବ ଦେବାକୁ ନିର୍ବାଚନ ଆୟୋଗ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ବିଜେପି ପକ୍ଷରୁ ମଧ୍ୟ ଆତୀଶିଙ୍କୁ ନୋଟିସ ଜାରି କରାଯାଇଥିଲା। କିଏ ତାଙ୍କୁ ବିଜେପିରେ ମିଶିବାକୁ ଅଫର ଦେଇଛି, ତା'ର ଖୁଲାସା ହେବା ଉଚିତ। ଏହାର ପ୍ରମାଣ ଦିଅନ୍ତି ବୋଲି ଏଥିରେ କୁହାଯାଇଥିଲା। ଯଦି ସେ ପ୍ରକୃତ ସତ ସାମ୍ନାକୁ ନ ଆଣନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି କହିଥିଲା।

କହିରଖୁ, ଏପ୍ରିଲ ୨ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଆତୀଶି ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ବିଜେପି ତାଙ୍କୁ ଦଳରେ ମିଶିବାକୁ ଅଫର କରିଛି। ଯଦି ସେ ଦଳରେ ମିଶିବାକୁ ମନା କରନ୍ତି ତେବେ ଏକ ମାସ ଭିତରେ ତାଙ୍କ ଘରେ ଇଡି ଚଢ଼ାଉ କରି ତାଙ୍କୁ ଗିରଫ କରାଯିବ ବୋଲି ସେ ଅଭିଯୋଗ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+