ନିର୍ବାଚନ କମିଶନ ଆରମ୍ଭ କଲେ ‘ମିଥ୍ ଭର୍ସେସ୍ ରିଅଲିଟି ରେଜିଷ୍ଟର' ଜାଣନ୍ତୁ ଏହା କରିବାର କାରଣ କଣ ?
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସାରିଥିବା ବେଳେ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବା ଆରମ୍ଭ କରିଛନ୍ତି । ଆଉ ଏହାରି ଭିତରେ ଲୋକସଭା ନିର୍ବାଚନ 2024 ପୂର୍ବରୁ ନିର୍ବାଚନ ଆୟୋଗ ମିଥ୍ୟା ଖବର ବନ୍ଦ କରିବା ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମ ଆରମ୍ଭ କରିଛି। ଲୋକସଭା ନିର୍ବାଚନ ସମୟରେ ଏହା ମିଥ୍ୟା ଖବର ପ୍ରସାରଣକୁ ବନ୍ଦ କରିବାରେ ସହାୟକ ହେବ ବୋଲି କମିଶନ ଦାବି କରିଛନ୍ତି। ଏହି ନୂତନ ପ୍ଲାଟଫର୍ମର ନାମ ହେଉଛି 'ମିଥ୍ ଭର୍ସେସ୍ ରିଅଲିଟି ରେଜିଷ୍ଟର' | ନିର୍ବାଚନ ଆୟୋଗ କହିଛନ୍ତି ଯେ ଏହି ରେଜିଷ୍ଟର କ୍ରମାଗତ ଭାବରେ ଅପଡେଟ୍ ହେବ, ଯେଉଁଥିରେ ଅନୁସନ୍ଧାନ କରାଯାଇଥିବା ମିଥ୍ୟା ତଥ୍ୟ ଏବଂ ନୂତନ ପ୍ରଶ୍ନ ଏବଂ ଉତ୍ତର (FAQ) ମଧ୍ୟ ରହିବ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ଏହାର ଶୁଭାରମ୍ଭ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଅଧିକୃତ ୱେବସାଇଟ ମାଧ୍ୟମରେ 'ମିଥ୍ ବନାମ ରିଅଲିଟି ରେଜିଷ୍ଟର' ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇଛି । 'ମିଥ୍ ଭର୍ସେସ୍ ରିଅଲିଟି ରେଜିଷ୍ଟର'ର ପ୍ରଚଳନ ନିର୍ବାଚନ ପ୍ରକ୍ରିୟାକୁ ଭୁଲ ସୂଚନାରୁ ରକ୍ଷା କରିବା ପାଇଁ ନିର୍ବାଚନ କମିସନଙ୍କ ଜାରି ରହିଥିବା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଭୁଲ ସୂଚନାକୁ ଚିହ୍ନଟ ହେବା ନିର୍ବାଚନୀ ସ୍ୱଚ୍ଛତା ପାଇଁ ଅର୍ଥ, ବାହୁବଳ ଏବଂ ଏମସିସି ଉଲ୍ଲଂଘନ ମଧ୍ୟ ରହିଛି ।

ବିଶ୍ୱବ୍ୟାପୀ ଅନେକ ଗଣତାନ୍ତ୍ରିକ ଦେଶରେ ଭୁଲ ସୂଚନା ଏବଂ ମିଥ୍ୟା ଖବର ପ୍ରସାର ଚିନ୍ତାର କାରଣ ପାଲଟିଥିବା ବେଳେ ନିର୍ବାଚନ ପ୍ରକ୍ରିୟାରେ ଭୋଟରମାନେ ଯେପରି ସଠିକ ଏବଂ ଯାଞ୍ଚ ସୂଚନା ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଏହି ଅଭିନବ ଏବଂ ସକ୍ରିୟ ପଦକ୍ଷେପ ଏକ ପ୍ରୟାସ ।












Click it and Unblock the Notifications