ନିର୍ବାଚନ କମିଶନଙ୍କ ପାଖରେ ଏସଆଇଆର ପାଇଁ କ୍ଷମତା ଅଛି;ସୁପ୍ରିମକୋର୍ଟ
୧୨ଟି ରାଜ୍ୟରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସଆଇଆର ପ୍ରକ୍ରିୟା ଉପରେ ବିରୋଧୀଙ୍କୁ ବଡ଼ ଝଟକା । ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ, ନିର୍ବାଚନ କମିଶନ ହେଉଛନ୍ତି ଏକ ସାମ୍ବିଧାନିକ ଆୟୋଗ । ତାଙ୍କ ପାଖରେ ସାରା ଦେଶରେ ଏସଆଇଆର ପାଇଁ କ୍ଷମତା ରହିଛି । ତେବେ ଏଥିରେ କିଛି ଅନିୟମିତତା କିମ୍ବା ତ୍ରୁଟି ରହେ ତାହାକୁ କୋର୍ଟ ସୁଧାରିବେ।
ଏସଆଇଆର ବିରୋଧରେ ଆସିଥିବା କିଛି ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟା ବାଗଚି କହିଛନ୍ତି ଯେ, ଏସଆଇଆର କିଛି ଭୁଲ ନୁହେଁ । ଏଥିସହ ଖଣ୍ଡପୀଠ ଏସଆଇଆର ଉପରେ ପ୍ରଶ୍ନ କରୁଥିବା କିଛି ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି ।ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆରଜେଡି ସାଂସଦ ମନୋଜ ଝାଙ୍କ ପାଇଁ ମାମଲା ଲଢୁଥିବା ବରିଷ୍ଠ ଅଧିବକ୍ତା କପିଲ ଶିବଲ ଏସଆଇଆରର ସାମ୍ବିଧାନିକ ବୈଧତା ବାବଦରେ ପ୍ରଶ୍ନ ଉଠାଇଥିଲେ ।ସେ କହିଥିଲେ ଯେ, ଜଣେ ଭାରତର ନାଗରିକ ନା ନାହିଁ ତାହାର ନିଷ୍ପତ୍ତି ନେବାକୁ ନିର୍ବାଚନ କମିଶନ କିଏ ।
ଆଧାର କାର୍ଡରେ ଜଣେ ବ୍ୟକ୍ତିର ଘର ଠିକଣା ସହ ବୟସ ବିଷୟରେ ଉଲ୍ଲେଖ ହୋଇଛି । ଯେଉଁଥିରୁ ବ୍ୟକ୍ତି ୧୮ବର୍ଷରୁ ଅଧିକ ନା ନାହିଁ ତାହା ଜାଣିହେବ ।ଯାହାକୁ ନେଇ କୋର୍ଟ ଉତ୍ତରରେ କହିଛନ୍ତି , ଶିବଲ ନିଜେ ଦିଲ୍ଲୀରୁ ନିର୍ବାଚନ ଲଢିଛନ୍ତି । ଯେଉଁଠି ଅନେକ ବ୍ୟକ୍ତି ଭୋଟ୍ ଦିଅନ୍ତି ନାହିଁ । କିନ୍ତୁ ଗ୍ରାମାଞ୍ଚଳରେ ନିର୍ବାଚନ ହେଉଛି ଏକ ପର୍ବ । ଅଧିକରୁ ଅଧିକ ଭୋଟର ମତଦାନ କରିବାକୁ ପସନ୍ଦ କରନ୍ତି । ଗାଁର ବାସିନ୍ଦା କିଏ ଏବଂ କିଏ ନାହିଁ ତାହା ସମସ୍ତେ ଜାଣିଥାନ୍ତି ।

ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ, ବିହାର ନିର୍ବାଚନ ହେଉଛି ସବୁଠୁ ବଡ ଉଦାହରଣ । ପ୍ରଥମେ କୋର୍ଟଙ୍କୁ କୋଟି କୋଟି ଭୋଟରଙ୍କୁ ବାଦ୍ ଦିଆଯାଇଥିବା କୁହାଯାଇଥିଲା । ଏହି ଦିଗରେ କୋର୍ଟ କିଛି ନିର୍ଦ୍ଦେଶନାମା ଦେଇଥିଲେ । କିନ୍ତୁ ଯେଉଁମାନଙ୍କୁ ବାଦ୍ ଦିଆଯାଇଥିଲା ସେମାନେ ପ୍ରାଣ ହରାଇ ସାରିଛନ୍ତି କିମ୍ବା ସ୍ଥାନାନ୍ତର ହୋଇସାରିଛନ୍ତି । କେହି ଜଣେ ହେଲେ ଅଭିଯୋଗ କରିନଥିଲେ । ଏହା ତଳସ୍ତରରେ କୌଣସି ପ୍ରଭାବ ପକାଇଥିବା ଜଣା ପଡିନାହିଁ ବୋଲି କୋର୍ଟ କହିଛନ୍ତି ।
, କୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି ଯେ, ଯଦି କୌଣସି ପ୍ରକୃତ ଅଭିଯୋଗ କିମ୍ବା ଅନିୟମିତତା ଆସେ ତେବେ ତେବେ ତୁରନ୍ତ ସଂଶୋଧନ ନିର୍ଦ୍ଦେଶ ଦିଆଯିବ। କୋର୍ଟ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ, ଏହି ପ୍ରକ୍ରିୟା ଯୋଗୁଁ କୌଣସି ଯୋଗ୍ୟ ଭୋଟର ତାଙ୍କ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ତାହା ମଧ୍ୟ ନିଶ୍ଚିତ କରାଯିବ ।












Click it and Unblock the Notifications