ବିଜୟ ଶୋଭାଯାତ୍ରା ଉପରେ କଟକଣା: ନିର୍ବାଚନ ବିଜୟ ପରେ ଶୋଭାଯାତ୍ରା କରିପାରିବେନି ବିଜୟୀ ପ୍ରାର୍ଥୀ
ନିର୍ବାଚନ ପରବର୍ତ୍ତୀ ସମସ୍ତ କାର୍ଯ୍ୟକଳାପକୁ ନିର୍ବାଚନ ଆୟୋଗ ନିଷେଧ କରିଛନ୍ତି। ଖୁବଶୀଘ୍ର ଏକ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯିବ ।
ନୂଆଦିଲ୍ଲୀ: ଦେଶରେ କରୋନା ମାହାମରୀ ବୃଦ୍ଧି ପାଉଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା 2 ତାରିଖରୁ ବିଧାନସଭା ନିର୍ବାଚନର ବିଜୟ ଉତ୍ସବକୁ ବାରଣ କରାଯିବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଅର୍ଥାତ୍ ପଶ୍ଚିମବଙ୍ଗ, କେରଳ ସମେତ 5 ଟି ରାଜ୍ୟ ଯେଉଁଠାରେ ନିର୍ବାଚନ ଅନୁଷ୍ଠିତ ହୋଇଛି ତାହାର ଫଳାଫଳ ଆସନ୍ତା 2 ରେ ଆସିବାକୁ ଯାଉଛି। କିନ୍ତୁ ଗଣନା କିମ୍ବା ପରେ ରାଜନୈତିକ ଦଳ ମାନେ ଉତ୍ସବ, ରାଲି, ବିଜୟୀ ଶୋଭାଯାତ୍ରା ଇତ୍ୟାଦି ଆୟୋଜନ କରିପାରିବେ ନାହିଁ।

ନିର୍ବାଚନ ପରବର୍ତ୍ତୀ ସମସ୍ତ କାର୍ଯ୍ୟକଳାପକୁ ନିର୍ବାଚନ ଆୟୋଗ ନିଷେଧ କରିଛନ୍ତି। ଖୁବଶୀଘ୍ର ଏକ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯିବ । ଗତ କିଛି ଦିନ ହେବ କରୋନା ଅବଧିରେ ପଶ୍ଚିମବଙ୍ଗରେ 8 ଟି ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ ପାଇଁ ନିର୍ବାଚନ ଆୟୋଗଙ୍କୁ ଅନେକ ସମାଲୋଚନା କରାଯାଇଥିଲା।
ପଶ୍ଚିମବଙ୍ଗ, ଆସାମ, କେରଳ, ପୁଡୁଚେରୀ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଯାହାର ଫଳାଫଳ 2 ମେ ରେ ଘୋଷଣା କରାଯିବ । ଏହି ପାଞ୍ଚଟି ରାଜ୍ୟ ମଧ୍ୟରୁ 4 ଟିରେ ନିର୍ବାଚନ ଶେଷ ହୋଇଛି। ପଶ୍ଚିମବଙ୍ଗରେ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ଅଛି । ଯାହା 29 ଏପ୍ରିଲରେ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗ ଏହି ବଡ ନିଷ୍ପତ୍ତି ନେଇଛନ୍ତି।
କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ନିର୍ବାଚନ ପ୍ରଚାର, ରାଲି ଏବଂ ରୋଡ୍ ସୋ ବନ୍ଦ ନ କରିବାରୁ ନିର୍ବାଚନ ଆୟୋଗଙ୍କୁ କଡ଼ା ସମାଲୋଚନା କରାଯାଇଛି। ମାଡ୍ରାସ ହାଇକୋର୍ଟ ନିର୍ବାଚନ ଆୟୋଗକୁ ଭର୍ତ୍ସନା କରିଥିଲେ। ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ଦେଶରେ କରୋନା ମହମରୀ ବିସ୍ତାର ପାଇଁ ନିର୍ବାଚନ ଆୟୋଗ ହିଁ ଦାୟୀ।












Click it and Unblock the Notifications